Advertisment

ରାଜୁଆ ନଦୀରେ ମରି ଭାସୁଛନ୍ତି କୁଢକୁଢ ମାଛ

ନଦୀ ଜଳ ବିଷାକ୍ତ ହେଉଥିବାରୁ ମାଛ ମରି ଭାସୁଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Fish

Fish

ପୁରୀ ଜିଲ୍ଲା କଣାସ ବ୍ଲକ୍ ଦେଇ ପ୍ରବାହିତ ହୋଇଥିବା ରାଜୁଆ ନଦୀରେ ମରି ଭାସୁଛନ୍ତି କୁଢ଼ କୁଢ଼ ମାଛ। ନଦୀ ଜଳ ବିଷାକ୍ତ ହେଉଥିବାରୁ ମାଛ ମରି ଭାସୁଥିବା ସନ୍ଦେହ କରାଯାଉଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। 

Advertisment

ଅନ୍ୟପକ୍ଷରେ ରାଜୁଆ ନଦୀ ଜଳ ଦୂଷିତ ହେବା ଯୋଗୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ୱର କଟକର ଡ୍ରେନ ଦେଇ ଆସୁଥିବା ନିର୍ଗତ ଅଳିଆ ଆବର୍ଜ୍ଜନା,ବର୍ଜ୍ୟବସ୍ତୁ ଗଙ୍ଗୁଆ ନାଳ ଦେଇ ସିଧାସଳଖ ଦୟା ନଦୀରେ ମିଶୁଛି। ଫଳରେ ଏହାର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ମକରା ଆଦି ବିଭିନ୍ନ ନଦୀର ଜଳ ଦୂଷିତ ହେବାରେ ଲାଗିଛି।

କଣାସ ବ୍ଲକର ୨୮ପଞ୍ଚାୟତର ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ଏହି ସବୁ ନଦୀ ଉପରେ ନିର୍ଭର କରି ଚଳନ୍ତି। ତେବେ ଲୋକମାନେ ଅନେକ ସମୟରେ ସେହି ପାଣିକୁ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି।

Advertisment
Puri