Advertisment

ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କର ୩ଟି ଶେଷ ଇଚ୍ଛା କ’ଣ ଥିଲା? ଜାଣନ୍ତୁ ...

୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର।

ଅଦ୍ୟତନ ହୋଇଛି
Jayanta Mohapatra

Jayanta Mohapatra

Advertisment

ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କର ଗତକାଲି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି।

Advertisment

ପରଲୋକ ପୂର୍ବରୁ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ଲେଖିଥିଲେ ମୋ’​ ଶେଷ ଇଚ୍ଛା। ଯେଉଁଥିରେ ସେ ୩ଟି କଥା ଲେଖିଛନ୍ତି। ଇଂରାଜୀରେ ଲେଖାଥିବା ମାଇଁ ଲାଷ୍ଟ ଉଇସରେ ଲେଖାଯାଇଛି, ମୋ’ ମର ଶରୀରକୁ ଖାନନଗର ବିଦ୍ୟୁତ ଚୁଲାରେ ଦାହ କରିବ। ଏହାକୁ କେବେ ହେଲେ ପୋତିବ ନାହିଁ। ମୃତ୍ୟୁ ସମୟରେ ଉପସ୍ଥିତ ବନ୍ଧୁ, ଶୁଭେଚ୍ଛୁମାନଙ୍କ ଗହଣରେ ମୃତଦେହକୁ ଭ୍ୟାନ୍ କିମ୍ୱା ଆମ୍ବୁଲାନ୍ସରେ ନେଇ ଯଥାଶୀଘ୍ର ଦାହ କରିବ। ଏହା ସହ ୩୫ ବର୍ଷ ଧରି ସେବା କରି ଆସୁଥିବା ଶ୍ରୀମତୀ ଜେ. ​ସରୋଜିନୀଙ୍କୁ ଘର ପାଖରେ ୨୦ ଫୁଟରେ ୨୦ ଫୁଟର ଜମି ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ର ଓ ପୁଅ ମୋହନ ମହାପାତ୍ର ଓ ମୁଁ ଏ ସଂପର୍କରେ ନିଷ୍ପତ୍ତି ନେଇଛୁ। ଶେଷରେ ସମସ୍ତ ଚିଠିପତ୍ର, ଦସ୍ତାବିଜ, ଅସଂପୂର୍ଣ୍ଣ ପାଣ୍ଡୁଲିପିକୁ ମୃତ୍ୟୁ ପରେ ପୋତି ଦେବାକୁ ଚିଠିରେ ଲେଖାଯାଇଛି।

Advertisment

ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ନିମୋନିଆରେ ପୀଡ଼ିତ ହୋଇ SCBରେ ଚିକିତ୍ସାଧୀନ ଥିଲେ। ଗତ କିଛିଦିନ ଧରି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା। ଗତକାଲି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। 

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ବିଶେଷ କରି ଜଣେ ଇଣ୍ଡିଆନ୍ ଇଂଲିସ୍ ପୋଏଟ୍ ହିସାବରେ ବେଶ୍ ପରିଚିତ। ସେ ହେଉଛନ୍ତି ପ୍ରଥମ ଭାରତୀୟ କବି ଯିଏ କି ଇଂରାଜୀ ଭାଷାରେ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରଷ୍କାର ପାଇଥିଲେ। ତାଙ୍କ କୃତି ମଧ୍ୟରେ ଇଣ୍ଡିଆନ୍ ସମର୍, ହଙ୍ଗର ଓ ରିଲେସନସିପ୍ ଭଳି କାବ୍ୟ ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟରେ ବେଶ୍ ପାଠକୀୟ ଆଦୃତି ଲାଭ କରିଛି।

ତାଙ୍କ ଲେଖନୀରୁ ୨୦ରୁ ଅଧିକ ଇଂରାଜୀ କବିତା ସଂକଳନ ଓ ୭ରୁ ଅଧିକ ଓଡ଼ିଆ କବିତା ସଂକଳନ ଉତୁରିଥିଲା। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କର ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯିବ।

୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର। କଟକ ଷ୍ଟୁଆର୍ଟ ସ୍କୁଲରୁ ପାଠ ପଢ଼ା ଆରମ୍ଭ କରିଥିଲେ। ପରେ ପାଟନା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଏମଏସସି ଡିଗ୍ରୀ ହାସଲ କରିଥିଲେ। ତା’ପରେ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ସେ ଗଙ୍ଗାଧର ମେହେର କଲେଜ, ଫକିର ମୋହନ ମହାବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ତେବେ ୧୯୮୬ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଚାକିରିରୁ ଅବସର ନେଇଥିଲେ। ଚାକିରି କାଳ ଭିତରେ ଅନେକ କ୍ଷୁଦ୍ର ଗଳ୍ପ ଓ କବିତା ରଚନା କରିଥିଲେ।

Cuttack Jayanta Mahapatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe