Advertisment

ପୂରଣ ହେଲା ସୂର୍ଯ୍ୟ ପାତ୍ରଙ୍କ ଶେଷ ଇଚ୍ଛା, ତାଙ୍କ ଆଖିରେ ଦୁନିଆ ଦେଖିବେ ଆଉ ଦୁଇ ଜଣ

ଆଜି ଅପରାହ୍ନ ୩ଟାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ କରାଯିବ।

author-image
Jitendra Garnayak
ଅଦ୍ୟତନ ହୋଇଛି
Surya Patra

Surya Patra

ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଉ ଆମ ଗହଣରେ ନାହାନ୍ତି। ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ଅପରାହ୍ନ ୩ଟାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ କରାଯିବ।

Advertisment

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମୃତଦେହ ଗତକାଲି ରାତିରେ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରେ ତାଙ୍କର ଶେଷ ଇଚ୍ଛା ପୂରଣ କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କର ଚକ୍ଷୁକୁ ଦାନ କରି ଦେବାକୁ ସେ କହିଥିଲେ। ତେଣୁ ତାଙ୍କର ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ତାଙ୍କର ଚକ୍ଷୁ ଦାନ କରାଯାଇଥିଲା।

ଏକ ଡାକ୍ତରୀ ଟିମ୍ ତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ମଧ୍ୟରେ ସୁରକ୍ଷିତ ଭାବେ ବାହାର କରି ଦେଇଥିଲେ। ତାଙ୍କ ଆଖିର ମାନ ପରୀକ୍ଷା କରାଯିବା ପରେ ଅନ୍ୟାନ୍ୟ ନିୟମକୁ ଅନୁସରଣ କରିବା ପରେ ଆଖି ଆବଶ୍ୟକ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କଠାରେ ସେଗୁଡ଼ିକୁ ପ୍ରତିରୋପଣ କରାଯିବ। ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମା’ଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ଚକ୍ଷୁ ଦ୍ୱୟକୁ ଦାନ କରାଯାଇଥିଲା।

Advertisment
Eye Donation Suryanarayan Patra