ଆରମ୍ଭ ହେଲା ସହିଦ ମାଧୋ ସିଂ ହାତ ଖର୍ଚ୍ଚ

ସହିଦ ମାଧୋ ସିଂ ହାତ ଖର୍ଚ୍ଚ ବାବଦକୁ ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଶୈକ୍ଷିକ ବାତାବରଣ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନକୁ ବଢ଼ାଇବାକୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି।

ମଞ୍ଚରେ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରୁଛନ୍ତି

  • Published: Sunday, 05 January 2025
  • , Updated: 05 January 2025, 08:01 PM IST

ଆରମ୍ଭ ହୋଇଛି ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା। ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀର ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ।

ସହିଦ ମାଧୋ ସିଂ ହାତ ଖର୍ଚ୍ଚ ବାବଦକୁ ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଶୈକ୍ଷିକ ବାତାବରଣ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନକୁ ବଢ଼ାଇବାକୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଚେକ ପ୍ରଦାନ କରିଛନ୍ତି। ତା’ସହିତ ସହିଦ ମାଧୋ ସିଂଙ୍କ ଅଣନାତି ଲୋକେଶ୍ୱର ସିଂ ବରିହାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଆଜି ଭୁବନେଶ୍ୱରରେ ଉଦଘାଟନ ହୋଇଛି ଆଦିବାସୀ ମେଳା। ଏଥିରେ ଥିବା ଆଦିବାସୀଙ୍କ ପ୍ରତିକାତ୍ମକ ଘର ଓ ସାହି ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଦର୍ଶନୀ ପଡ଼ିରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ। ଆଦିବାସୀ ଗାଁ ଓ ହାଟର ପ୍ରତିକୃତି, କଳା ସଂସ୍କୃତିର ଷ୍ଟଲ, ଫୁଡ୍ କୋର୍ଟ ଏବଂ ଲାଇଭ ଡେମୋନଷ୍ଟ୍ରେସନ ଆଦି ବିଶେଷ ଆକର୍ଷଣ ସାଜିଛି। ଚଳିତ ବର୍ଷ ଆଦିବାସୀ ମେଳାରେ ୨୦ଟି ଆଦିବାସୀ କୁଡ଼ିଆ, ଆଦିବାସୀ ସାମଗ୍ରୀ ବିକ୍ରୟ ପାଇଁ ୧୪୭ଟି ଷ୍ଟଲର ବ୍ୟବସ୍ଥା ହୋଇଛି।

Related story