ପୁରୀ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ ମହାପ୍ରସାଦ। ଏନେଇ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ କେବଠୁ ଓ କେମିତି ଦିଆଯିବ ମହାପ୍ରସାଦ, ସେନେଇ ଆଇନ ମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି, ଏ ସଂପର୍କରେ ରାଜ୍ୟ ସରକାର ଏକ ରୂପରେଖ ପ୍ରସ୍ତୁତ କରୁଛନ୍ତି।
Also Read
ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ପୁରୀରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ଖୋଲାଯିବ। ସେଠାରେ ଜଗନ୍ନାଥ ମନ୍ଦିରର ସମ୍ପୂର୍ଣ୍ଣ ନୀତିକାନ୍ତି, ବ୍ୟବସ୍ଥାବଳୀ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଭକ୍ତଙ୍କୁ ତଥ୍ୟ ଦିଆଯିବ।
ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନମନ୍ତ୍ରୀ କହିଛନ୍ତି, ଏହାର ମରାମତି ନେଇ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇସାରିଛି। ଯଥାଶୀଘ୍ର ଭିତର ରତ୍ନଭଣ୍ଡାର ସିନ୍ଧୁକ ସ୍ଥାନାନ୍ତରଣ ସହ ମରାମତି କାର୍ଯ୍ୟ ଓ ଗଣତି ମଣତି ଆରମ୍ଭ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଓଡ଼ିଶାରେ ବଢ଼ିଚାଲିଛି ଏଚଆଇଭି ସଂକ୍ରମିତ: ଚିହ୍ନଟ ହେଲେଣି ୬୩୭୪୨ଜଣ
ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଓ ସଂକ୍ରମଣ ହାରକୁ ପ୍ରଶମିତ କରିବା ପାଇଁ ରାଜ୍ୟରେ ମୋଟ ୨୦ଟି ଏଆରଟି କେନ୍ଦ୍ର, ୧୭ଟି ଲିଙ୍କ୍ ଏଆରଟି ଓ ୧୨ଟି ଗୋଷ୍ଠୀ ସେବା କେନ୍ଦ୍ର କାର୍ଯ୍ୟ କରୁଛି।

Miscellaneous
କାହା ସୁରକ୍ଷାରେ ରାଜା ଚକ୍ର: ସନ୍ଦେହରେ କ୍ରାଇମବ୍ରାଂଚ, କାହିଁକି ଥମିଗଲା ତଦନ୍ତ?
ରାଜାଙ୍କୁ ଗିରଫ ପରେ ରାଜ୍ୟ କ୍ରାଇମବ୍ରାଂଚ ଡିଜି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର କଳା ସାମ୍ରାଜ୍ୟର ଚିଠା ଦେଲେ। କିନ୍ତୁ କ୍ରାଇମବ୍ରାଂଚ ରାଜାଙ୍କୁ ରିମାଣ୍ଡରେ ଆଣିଲା ନାହିଁ କିମ୍ବା ରାଜାଙ୍କ ପକ୍ଷରୁ ତାଙ୍କର ଜାମିନ ପାଇଁ ମଧ୍ୟ ଆବେଦନ ହେଲାନାହିଁ ।

Miscellaneous
ହୋଲଡିଂ ଟ୍ୟାକ୍ସ: କୁଆଡ଼େ ଗଲା ବିଏମସିର ସଂଶୋଧିତ ତାଲିକା ?
ମାର୍ଚ୍ଚ ୧୨ ତାରିଖରେ ଏକ ପ୍ରେସ ମିଟରେ ମଧ୍ୟ ବିଏମସି ମେୟର ସୁଲୋଚନା ଦାସ ବିଏମସିର ତ୍ରୁଟିକୁ ସ୍ୱୀକାର କରିଥିଲେ।

Miscellaneous
ରାଜା ଚକ୍ରଙ୍କ ନାଁରେ ୧୪ ମାମଲା: ତଦନ୍ତରେ କରୁଛନ୍ତି ଅସହଯୋଗ, ଗିରଫ ହୋଇପାରନ୍ତି ପତ୍ନୀଙ୍କ ସମେତ ୪ ସହଯୋଗୀ
ଗିରଫଦାରୀ ଉପରେ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଆଜି ଉଠାଇ ନେବାପରେ ସେମାନେ ଗିରଫ ହେବା ନିଶ୍ଚିତ ହୋଇଯାଇଛି ।

Miscellaneous
ହୋଲଡିଂ ଟ୍ୟାକ୍ସ କ୍ଲିଅର କଲେ କିଟ୍ ଓ ସୋଆ!
ଖବର ପ୍ରସାରଣ ପରେ ବିଏମସି ତରଫରୁ କୁହାଯାଇଛି, 7 ଦିନ ତଳ ପର୍ଯ୍ୟନ୍ତ ଯେଉଁମାନେ ଖିଲାପକାରୀ ଥିଲେ, ତାଙ୍କ ନାଁ ସାର୍ବଜନୀନ କରାଯାଇଥିଲା।