Advertisment

ଲକ୍ଷ୍ମୀ ବସ୍‌ର ନବକଳେବର; ନାଁ ସହ ରଙ୍ଗ ବି ବଦଳିଲା

ବହୁ କଳ୍ପନାଜଳ୍ପନା ପରେ ଶେଷରେ ବଦଳିଲା ଲକ୍ଷ୍ମୀ ବସ୍‌ର ରଙ୍ଗ । ସବୁଜରୁ ହେଲା ଗେରୁଆ।

author-image
Niharika Rout
ଅଦ୍ୟତନ ହୋଇଛି
Laxmi Bus

Laxmi Bus

ବହୁ କଳ୍ପନାଜଳ୍ପନା ପରେ ଶେଷରେ ବଦଳିଲା ଲକ୍ଷ୍ମୀ ବସ୍‌ର ରଙ୍ଗ । ସବୁଜରୁ ହେଲା ଗେରୁଆ। ଆଉ ସେଥିରେ ଲକ୍ଷ୍ମୀ ବସ୍‌ ପରିବର୍ତ୍ତେ ଲେଖାହୋଇଛି ମୁଖ୍ୟମନ୍ତ୍ରୀ ବସ୍‌ ସେବା। ଢେଙ୍କାନାଳରେ ଲକ୍ଷ୍ମୀ ବସ୍‌ର ହୋଇଛି ଏପରି ନବକଳେବର । ତେବେ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନି। 

Advertisment

ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି। ଏଥିସହ ବସ୍‌ର ନାଁ ବି ବଦଳି ଯାଇଛି। ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି। 

ପୂର୍ବରୁ ସରକାର ବଦଳିଲା ପରେ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର୍ ସବୁ ହଟି ଯାଇଥିଲା ଆଉ ଏବେ ରଙ୍ଗ ଓ ନାଁ ବଦଳି ଯାଇଛି। ତେବେ ଏନେଇ RTO ପାଟି ଫିଟାଉ ନାହାନ୍ତି। ଲକ୍ଷ୍ମୀ ବସ୍‌ର ରଙ୍ଗ ପରିବର୍ତ୍ତନ ନେଇ ଆମ ପାଖରେ କିଛି ଖବର ନାହିଁ କିମ୍ବା ଆମ କର୍ମଚାରୀ ଏହି କାମ କରୁ ନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ତା’ ହେଲେ କାହା ଦ୍ୱାରା ଏହି କାମ ହେଉଛି, ଏଥିପାଇଁ କେଉଁଠୁ ଅର୍ଥ ବିନିମୟ କରାଯାଉଛି ତାହା ଜଣାପଡ଼ିନି।

Advertisment

ବିଜେପି ସରକାର କ୍ଷମତାକୁ ଆସିବା ପରେ ଲକ୍ଷ୍ମୀ ବସ୍‌ ନାଁ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମନ୍ତବ୍ୟ। ମନ୍ତ୍ରୀ କହିଥିଲେ, ନାଁ ବଦଳିପାରେ। ନାଁ ରେ କ'ଣ ଅଛି। ସେବା ମିଳିବା ଦରକାର ।

ଗତ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବ ତଥା ପରିଚାଳନାଗତ ତ୍ରୁଟି ହେତୁ ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ବସ୍‌ ଖତ ଖାଉଥିବାରୁ ଦେଖିବାକୁ ମିଳିଛି। ବିଭିନ୍ନ ଲକ୍ଷ୍ମୀ ବସ୍ ଯୋଜନାରେ ବହୁ ବସ୍ କିଣାଯାଇ, ସେବାରେ ନଲାଗି ପଡ଼ିରହିଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ି ଚାଲିଛି । ତେଣୁ ଏ ଯୋଜନା ଓ ସେବା ଆଉ ଚାଲିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ନୂଆ ନାଁ ଓ ରୂପରେ ଲକ୍ଷ୍ମୀ ବସ୍ ସେବା ଆଗକୁ ବଢ଼ିବ ବୋଲି ଗ୍ରୀନ୍ ସିଗନାଲ ଦେଇଛନ୍ତି ପରିବହନ ମନ୍ତ୍ରୀ।

 ଗତ ବର୍ଷ ଅକ୍ଟୋବର ୧୨ ତାରିଖରେ ଆଦିବାସୀ ଅଧ୍ୟଷିତ ମାଲକାନଗିରି ଜିଲ୍ଲାରୁ ‘ଲକ୍ଷ୍ମୀ ବସ୍’ ଯୋଜନାର ଶୁଭାରମ୍ଭ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମାଲକାନଗିରିରେ ପହଞ୍ଚି ଏହି ଯୋଜନାର ଶୁଭାରମ୍ କରିଥିଲେ । ପ୍ରଥମ ଦିନରେ ୩୬ଟି ବସର ଶୁଭାରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ଏହାପରେ ସମଗ୍ର ରାଜ୍ୟରେ ଏହି ବସ୍‌ ଗଡ଼ିଥିଲା।

ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ । ଘରେ ଘରେ ଖୁସି ଆଣିବ, ଗାଁ ଗାଁରେ ସମୃଦ୍ଧି ଆଣିବ । ଅର୍ଥନୀତିରେ ଅଭିବୃଦ୍ଧି ଘଟାଇବ ବୋଲି କହିଥିଲେ କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ। ମାତ୍ର ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ବସ୍‌ ସେବାକୁ ବନ୍ଦ ନ କରି ଏହାର ନାଁ ଓ ରଙ୍ଗରେ ପରିବର୍ତ୍ତନ ଆଣିଛି।

Dhenkanal Laxmi Bus