Advertisment

ମାଲକାନଗିରିରେ ଗଡ଼ିଲା ଲକ୍ଷ୍ମୀ ବସ୍‌, ମୁଖ୍ୟମନ୍ତ୍ରୀ କହିଲେ - ଏହା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ

ଲକ୍ଷ୍ମୀ ବସ୍ ଯୋଜନାରେ ପ୍ରତି ପଞ୍ଚାୟତରୁ ବ୍ଲକ୍ ହେଡକ୍ୱାର୍ଟସ ଓ ରାଜଧାନୀକୁ ବି ସରକାରୀ ବସ୍ ଚାଲିବ। ପ୍ରଥମ ଦିନରେ ୩୬ଟି ବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

author-image
Niharika Rout
ଅଦ୍ୟତନ ହୋଇଛି
Laxmi Bus

Laxmi Bus

ଆଜି ବହୁ ପ୍ରତିକ୍ଷୀତ ‘ଲକ୍ଷ୍ମୀ ବସ୍’ ଯୋଜନାର ଶୁଭାରମ୍ଭ ହୋଇଛି । ଆଦିବାସୀ ଅଧ୍ୟଷିତ ମାଲକାନଗିରି ଜିଲ୍ଲାରେ ଆଜି ପ୍ରଥମ ଥର ପାଇଁ ଗଡ଼ିଛି ‘ଲକ୍ଷ୍ମୀ ବସ୍‌’ । ମୁଖ୍ୟମନ୍ତ୍ରୀ ନିଜେ ମାଲକାନଗିରିରେ ପହଞ୍ଚି ଏହି ଯୋଜନାର ଶୁଭାରମ୍ କରିଛନ୍ତି ।

Advertisment

ଲକ୍ଷ୍ମୀ ବସ୍ ଯୋଜନାରେ ପ୍ରତି ପଞ୍ଚାୟତରୁ ବ୍ଲକ୍ ହେଡକ୍ୱାର୍ଟସ ଓ ରାଜଧାନୀକୁ ବି ସରକାରୀ ବସ୍ ଚାଲିବ। ପ୍ରଥମ ଦିନରେ ୩୬ଟି ବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଲକାନଗିରି ମୋ’ ପାଇଁ ଖୁବ୍‌ ପ୍ରିୟ । ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ । ଘରେ ଘରେ ଖୁସି ଆଣିବ, ଗାଁ ଗାଁରେ ସମୃଦ୍ଧି ଆଣିବ । ଅର୍ଥନୀତିରେ ଅଭିବୃଦ୍ଧି ଘଟାଇବ ।  ସାରା ରାଜ୍ୟରେ ହଜାରେରୁ ବସ୍‌ ଚାଲିବ ।

Advertisment

ଆଜି ମାଲକାନଗିରି ସହରରେ ଲକ୍ଷ୍ମୀ ବସ୍‌ ଗଡ଼ିଥିବା ବେଳେ ଆସନ୍ତାକାଲିଠୁ ଜିଲ୍ଲାର ସବୁ ବ୍ଲକ ଓ ପଞ୍ଚାୟତ ହେଡକ୍ୱାଟର୍ସକୁ ଗଡ଼ିବ । ଲକ୍ଷ୍ମୀ ବସ୍‌ ରାଜ୍ୟର ପ୍ରତିଟି ପଞ୍ଚାୟତକୁ ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟ ସହ ସଂଯୋଗ କରିବ । ଏଥିସହ ପ୍ରତି ଜିଲ୍ଲାରୁ ରାଜଧାନୀ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକି ସଂଯୋଗ କରିବ ।

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲା ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ବି ଲକ୍ଷ୍ମୀ ବସ୍ ସେବା ଯୋଗାଇବାକୁ ଯୋଜନା ରହିଛି।

୪୦ ସିଟ୍‌ ବିଶିଷ୍ଟ ଏହି ବସ୍‌ ମଧ୍ୟରୁ କିଛି ଶୀତତାପ ନିୟନ୍ତ୍ରୀତ ଥିବା ବେଳେ ଆଉ କିଛି ବସ୍‌ରେ ଏହି ସୁବିଧା ନ ଥିବା ଜଣାଯାଇଛି। ଏହି ବସ୍‌ରେ ଜିପିଏସ୍‌ ସିଷ୍ଟମ କାମ କରିବ । ଫଳରେ ଲୋକେ ନିଜ ମୋବାଇଲରେ ବସ୍‌କୁ ଟ୍ରାକ୍‌ କରି ପାରି ଅନାୟସରେ ନିଜ ଅଞ୍ଚଳରୁ ସହରକୁ ଯାତାୟତ କରି ପାରିବେ। ଏହାପରେ କାମ ସାରି ପୁଣି ଥରେ ଲକ୍ଷ୍ମୀ ବସ୍‌ରେ ନିଜ ଠିକଣାକୁ ଫେରି ବି ପାରିବେ।

ତେବେ ମାଲକାନଗିରି ଜିଲ୍ଲାର ବହୁ ପଞ୍ଚାୟତ ଏବେ ବି ଦୁର୍ଗମ ଅଞ୍ଚଳରେ ଥିବା ବେଳେ ସେଠାକୁ ଯାତାୟତର ମାଧ୍ୟମ ନାହିଁ। ଲୋକେ ଅତି ବିପଦସଙ୍କୁଳ ଭାବେ ଉକ୍ତ  ସ୍ଥାନକୁ ଯାତାୟତ କରିଥାନ୍ତି। ତେଣୁ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଉକ୍ତ ଅଞ୍ଚଳବାସୀ ଉପକୃତ ହୋଇ ପାରିବେନି ବୋଲି ଆଲୋଚନା ହେଉଛି। 

ଲକ୍ଷ୍ମୀ ଯୋଜନାରେ ଶଙ୍ଖ ଚିହ୍ନ ବ୍ୟବହାରକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଏନେଇ ସେ କହିଛନ୍ତି, ଦଳୀୟ ସରକାର ଓଡ଼ିଶାରେ କାମ କରୁଛି। ଦଳ ଓ ସରକାର ଏକ ହୋଇ ଯାଇଛନ୍ତି, ଆଗରୁ ଜଣା ନ ଥିଲା। ପିଅନଠୁ ଆରମ୍ଭ କରି ଆଇଏଏସ ଦଳ ପାଇଁ କାମ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଦିନକୁ ଦିନ ମୁହଁ ବଢ଼ି ଯାଉଛି। ଗଣତନ୍ତ୍ରରେ ଜନତା ହିଁ ମାଲିକ, ତେଣୁ ସେମାନେ ତାଙ୍କୁ ଫିଙ୍ଗି ଦେବା କଥା ।

Malkangiri Naveen Patnaik