ଯିଏ ଯେମିତି ପାରିଲେ ଲକ୍ଷ୍ମୀ ବସରେ ପଶିଲେ | Odisha Reporter
ଝରକା ଦେଇ ‘ଲକ୍ଷ୍ମୀ’ ବସ୍ରେ ଚଢ଼ିଲେ ବଣ୍ଡା ମହିଳା। ଖାଲି ଚଢିଲେନି, ବସ୍ରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ଖଇରପୁଟ୍ ବସ୍ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଏପରି ଚିତ୍ର। ଖଇରପୁଟ୍ ସାପ୍ତାହିକ ହାଟ। ତେଣୁ ହାଟବାଟ ସାରି ବଣ୍ଡା ଲୋକମାନେ ଖଇରପୁଟ୍ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟରେ ଷ୍ଟାଣ୍ଡରେ ପହଞ୍ଚିଥିଲା ‘ଲକ୍ଷ୍ମୀ’ ବସ୍। ଏହା ପରେ ଆରମ୍ଭ ହୋଇଥିଲା ବସ୍ରେ ଚଢିବା ପାଇଁ ପ୍ରତିଯୋଗିତା। ବସିବାକୁ ସିଟ୍ ପାଇଁ ଲୋକଙ୍କ ଭିତରେ ହୋଇଥିଲା ଧାଁ ଦୌଡ଼। କିଏ ବସ୍ର ପ୍ରବେଶ ପଥରେ ଚଢ଼ୁଥିଲା ତ ଆଉ କିଏ ଝରକା କାଚ୍କୁ ସାଇଡ୍ କରି ଚଢ଼ି ଯାଉଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
