Advertisment

କଲରାପତରିଆ ବାଘର ମୃତଦେହ ଠାବ

ଆଠମଲ୍ଲିକ ଉପଖଣ୍ଡରେ ଗୋଟିଏ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି।

Leopard

Leopard

Advertisment

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ ଗୋଟିଏ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି। ଆଠମଲ୍ଲିକ ଉପଖଣ୍ଡ ମିଣ୍ଡୋଳ ଗାଁ ମଠ ନିକଟ କାଜୁ ପଡ଼ିଆ ପରିସରରେ ବାଘର ମୃତଦେହ ପଡ଼ିଛି। ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ଏନେଇ ବନ ବିଭାଗର କୌଉଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଆଠମଲ୍ଲିକ ଉପଖଣ୍ଡରେ ଜନ୍ତୁ ଶିକାର ଘଟଣା ବଢ଼ିବାରେ ଲାଗିଛି। କେତେଜଣ ଶିକାରୀ ଫାଶ ବସାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି। ୬ ନଭେମ୍ବର ୨୦୨୨ରେ କିଶୋରନଗର ବ୍ଲକର ଫୁଲଝରି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଥିଲା।

ସେହିପରି ୧୮ ଡିସେମ୍ବର ୨୦୨୧ରେ ହଣ୍ଡପା ରେଞ୍ଜ ବାତ୍ରାଖୋଳ ଜଙ୍ଗଲ ନିକଟ ଏକ ବିଲରେ କଲରାପତରିଆ ବାଘର ମୃତଦେହ ମିଳିଥିଲା।

Advertisment

ରିପୋର୍ଟ – ଅନୁଗୋଳରୁ ବିରଜ ଦାସ

Anugul Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe