Advertisment

ଛାତ ଉପରେ ଶୋଇଛି ମଣିଷ ଖିଆ ବାଘ

ଆଜି ସନ୍ଧ୍ୟା ବେଳେ କୋଦପାଲି ଗାଁ ଦାଣ୍ଡରେ ଛୋଟ ଛୋଟ ପିଲାମାନେ ଖେଳୁଥିଲେ। ମୌଜ ମଜ୍‌ଲିସ୍‌ କରୁଥିଲେ। ହସ୍‌ ଖୁସିରେ ମାତିଥିଲେ। ହଠାତ୍‌ ପିଲାମାନଙ୍କ ଉପରକୁ ଲମ୍ଫ ମାରିଲା ଗୋଟିଏ କଲରାପତରିଆ ବାଘ।

Leopard

Leopard

Advertisment

ମଣିଷ ଖିଆ ବାଘ ଘରର ଛାତ ଉପରେ ଶୋଇଛି। ଗାଁରେ ଭୟର ବାତାବରଣ। ଟ୍ରାଙ୍କୁଲାଇଜ୍‌ ଟମ୍‌ ସହ ଘର ପାଖରେ ଜଗିଛି ବନ ବିଭାଗ। ହେଲେ ଗାଁ ଲୋକଙ୍କ ଆକ୍ରୋଶ ଯୋଗୁ ବାଘକୁ କାବୁ କରିପାରୁନି ବନ ବିଭାଗ। ନୂଆପଡା ସଦର ରେଞ୍ଜ ଧରମବନ୍ଧା ସେକସନ୍‌ର କୋଦପାଲି ଗାଁରେ ଦେଖିବାକୁ ମିଳିଛି ଏପରି ଚିତ୍ର। ଗାଁରେ ଏବେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ଆଜି ସନ୍ଧ୍ୟା ବେଳେ କୋଦପାଲି ଗାଁ ଦାଣ୍ଡରେ ଛୋଟ ଛୋଟ ପିଲାମାନେ ଖେଳୁଥିଲେ। ମୌଜ ମଜ୍‌ଲିସ୍‌ କରୁଥିଲେ। ହସ୍‌ ଖୁସିରେ ମାତିଥିଲେ। ହଠାତ୍‌ ପିଲାମାନଙ୍କ ଉପରକୁ ଲମ୍ଫ ମାରିଲା ଗୋଟିଏ କଲରାପତରିଆ ବାଘ। ଆଉ ଆଖି ପିଛୁଳାକେ ଝାମ୍ଫିନେଲା ବଲକରାମ ବରିହାଙ୍କ ୮ ବର୍ଷର ପୁଅ ନୀଳକଣ୍ଠକୁ। ବାଘଟି ନୀଳକଣ୍ଠକୁ ମୁହଁରେ କାମୁଡ଼ି ଧରି ଦ୍ରୁତ ଗତିରେ ଧାଇଁ ପଳାଇ ଯାଉଥିଲା।

ସନ୍ଧ୍ୟାର ଶାନ୍ତ ପରିବେଶ ଭିତରେ ହଠାତ୍‌ କୋଳାହଳ ମୟ ହୋଇ ଉଠିଥିଲା। ବାଘ... ବାଘ... ଚିତ୍କାରରେ ଫାଟି ପଡ଼ିଲା ଗାଁର ପାଣି ପବନ। ଆଉ ତା’ପରେ କିଏ ହାତରେ ବାଡ଼ି ଧରିଲା ତ ଆଉ କିଏ ଧାରୁଆ ଅସ୍ତ୍ର ଧରିଲା। ତା’ପରେ ବାଘ ପଛେପଛେ ଧାଇଁଲେ। ଗାଁ ଲୋକଙ୍କ ଏ ଉଗ୍ର ରୂପ ଦେଖି ଡ଼ରି ଯାଇଥିଲା ବାଘ ମାମୁ। ନୀଳକଣ୍ଠକୁ ପକାଇଦେଇ ଜଣଙ୍କ ଘରର ଛାତ ଉପରକୁ ଚଢ଼ି ଯାଇଥିଲା। ଗାଁ ଲୋକେ ବାଘକୁ ଘଉଡାଇଥିଲେ। ଏହା ପରେ ବାଘଟି ଜଣଙ୍କ ଘର ଭିତରକୁ ପଶି ଯାଇଥିଲା। ସୌଭାଗ୍ୟକୁ ଘର ଭିତରେ କେହି ନଥିଲେ।

Advertisment

ବାଘଟି ବର୍ତ୍ତମାନ ସେହି ଘରର ଛାତ ଉପରେ ରହିଛି। ଏ ଖବର ପ୍ରଚାରିତ ହେବା ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ନୂଆପଡା ଏସିଏଫ୍‌ଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଁରେ ପହଞ୍ଚିଛି। ଛାତ ଉପରେ ବାଘ ଶୋଇଥିବା ଦେଖି ଗାଁ ଲୋକଙ୍କୁ ବୁଝାସୁଝା କରୁଛି। ହେଲେ ବୁଝିବା ଅବସ୍ଥାରେ ନାହାନ୍ତି ଗାଁ ଲୋକ। ଗାଁ ଲୋକଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରିଛନ୍ତି। ପରେ ଗାଁରେ ଟ୍ରାଙ୍କୁଲାଇଜ୍‌ ଟିମ୍‌ ପହଞ୍ଚିଛି। ବାଘକୁ ଧରିବା ପାଇଁ ଘରେ ଚାରି ପାର୍ଶ୍ୱରେ ଜାଲ ବିଛାଇବା ସହିତ ଟ୍ରାଙ୍କୁଲାଇଟ୍‌ ଟିମ୍‌ ସଜାଗ ହୋଇ ବସିଛି।

ହେଲେ ଗାଁ ଲୋକେ ବାଘ ଥିବା ଘରକୁ ଛାଡ଼ି ଯାଉନାହାନ୍ତି। ଧୀରେ ଧୀରେ ଗହଳି ବଢୁଛି। ଯେଉଁଥିପାଇଁ ବନ ବିଭାଗ ସମସ୍ୟା ବଢ଼ୁଛି। ବାଘକୁ କେମିତି କାବୁ କରିବ, ସେହି ଚିନ୍ତାରେ ବନ ବିଭାଗ ପଡ଼ିଯାଇଛି। ଗହଳି ବଢ଼ୁଥିବାରୁ ଧରମବନ୍ଧା ଥାନାକୁ ଖବର ଦେଇଥିଲା ବନ ବିଭାଗ। ପୁଲିସ ଗାଁରେ ପହଞ୍ଚି ଲୋକଙ୍କ ଘଉଡାଉଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବନ ବିଭାଗ ବାଘକୁ ଧରିବାରେ ସଫଳ ହୋଇନାହିଁ। ବାଘଟି ଛାତ ଉପରେ ଅବସ୍ଥାରେ ଶୋଇଛି।

ସେପଟେ ବାଘ ମୁହଁରୁ ନୂଆ ଜୀବନ ପାଇଥିବା ନୀଳକଣ୍ଠକୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ରିପୋର୍ଟ-ନୂଆପଡ଼ାରୁ ମାୟାଧର ସରାଫ

Nuapada Leopard
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe