Advertisment

ଗାଁରେ ବୁଲୁଛି ବାଘ; ଭୟରେ ଘରୁ ବାହାରୁ ନାହାନ୍ତି ଲୋକ

ବାଘର ଗତିବିଧିକୁ ଦେଖି ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ରାତିରେ ଘରୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଏ ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ପ୍ରତ୍ୟେକ ଗାଁରେ ପାଟ୍ରୋଲିଂ କରୁଛନ୍ତି।

author-image
Manoranjan Sial
Leopaed

Leopaed

ରାତି ହେଲେ ଗାଁରେ ବୁଲୁଛି ବାଘ। ଆଉ ଯାହାକୁ ପାଉଛି ଝାମ୍ପି ନେଉଛି। ଯେଉଁଥିପାଇଁ ଘରୁ ବାହାରିବାକୁ ସାହସ କରିପାରୁ ନାହାନ୍ତି ଲୋକ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏପରି ଚିତ୍ର। ବନ କର୍ମଚାରୀଙ୍କ ପାଟ୍ରୋଲିଂ ସତ୍ତ୍ୱେ କଲରାପତରିଆ ବାଘଟି ଜଙ୍ଗଲରୁ ଗାଁକୁ ପଳାଇ ଆସୁଥିବା ଜଣାପଡ଼ିଛି।

Advertisment

ଖଡିଆଳ ରେଞ୍ଜର ବୋଡ଼େନ୍‌ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ବାଘଟି ସୁନାବେଡ଼ା ଅଭୟାରଣ୍ୟରୁ ଆସିଥିବା ଅନୁମାନ କରାଯାଉଛି। ଗତ ୪ ତାରିଖରେ ବାଘଟି ଚିକଲଚୁଆଁ ଗାଁକୁ ଆସିଥିଲା। ଆଉ ମନସାଏ ମାଝୀଙ୍କ ବାଛୁରୀକୁ ଶିକାର କରିଥିଲା। ସେହିପରି ୧୪ ତାରିଖରେ କୁସୁମଖୁଣ୍ଟା ଗାଁରେ ଅବିଲ ବଛା ନମକ ଜଣେ ଚାଷୀଙ୍କ ବାଛୁରୀକୁ ବାଘ ମାରି ଖାଇ ଦେଇଥିଲା। ପୁଣି ବୋଡ଼େନ ଦମକଳ କେନ୍ଦ୍ରରେ ଥିବା ଗୋଟିଏ ପୋଷା କୁକୁରକୁ ମଧ୍ୟ ବାଘ ଆକ୍ରମଣ କରି ଗୁରୁତର କରିଦେଇଥିଲା।

ବାଘର ଗତିବିଧିକୁ ଦେଖି ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ରାତିରେ ଘରୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଏ ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ପ୍ରତ୍ୟେକ ଗାଁରେ ପାଟ୍ରୋଲିଂ କରୁଛନ୍ତି। ଗାଁ ଲୋକଙ୍କୁ ମଧ୍ୟ ସଚେତନତା କରାଉଛନ୍ତି। ଯେଉଁ ଅଞ୍ଚଳରେ ବାଘର ଗତିବିଧି ରହୁଛି, ସେହି ଅଞ୍ଚଳକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି।

Advertisment

ରିପୋର୍ଟ-ନୂଆପଡ଼ାରୁ ମାୟାଧର ସରାଫ

Nuapada Leopard