ଠିକଣା ହଜାଇଲା ସ୍ମାର୍ଟ ଆଡ୍ରେସ୍ ! | Odisha Reporter
ତିନି ବର୍ଷ ତଳେ ଭୁବନେଶ୍ବରର ଏକାଧିକ ଗଳିରେ ଲାଗିଥିଲା ଡିଜିଟାଲ ଡୋର ନମ୍ବର। ଡିଜିଟାଲ୍ ଡୋର ନମ୍ବର ହେବ ସ୍ମାର୍ଟ ଆଡ୍ରେସ୍ । ଲୋକେ ଯେକୌଣସି ସ୍ଥାନରୁ ବାର କୋଡକୁ ସ୍କାନ୍ କରି ନିର୍ଦ୍ଦିଷ୍ଟ ଗଳି ଓ ଘରେ ପହଁଚିଯିବେ ବୋଲି କୁହାଗଲା। କେବଳ ସେତିକି ନୁହେଁ, ମହାନଗର ନିଗମର ଅନେକ ସେବା ସହଜରେ ଲୋକଙ୍କ ପାଖରେ ପହଁଚିଯିବ ବୋଲି କୁହାଗଲା। କେବଳ ସେତିକି ନୁହେଁ, ଏଥିରେ ସବୁ ଘରୁ ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡ ଲାଇସେନସ ଫି ବି ଆଦାୟ ହୋଇପାରିବ, ବିଏମସିର ରାଜସ୍ବ ବଢ଼ିବ ବୋଲି କୁହାଯାଇଥିଲା। ମାତ୍ର ଏବେ ଦେଖାଯାଉଛି, ତିନି ବର୍ଷ ପରେ ସ୍ମାର୍ଟ ସିଟିର ସ୍ମାର୍ଟ ଆଡ୍ରେସ୍ ଅଚଳ ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us