Advertisment

କତାରରେ ଫସିଛନ୍ତି ୪ ଓଡ଼ିଆ, ସହାୟତା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଲେ ବୈଜୟନ୍ତ

ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।

undefined

Baijayant Panda

Advertisment

କତାରରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ହସ୍ତକ୍ଷେପ କରିବାକୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।

Advertisment

ଅଧିକ ରୋଜଗାର ଆଶାରେ ଏଜେଣ୍ଟଙ୍କ ଜରିଆରେ ୨୦୨୧ ମସିହାରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଖନ୍ଦମରା ଗ୍ରାମର ଶ୍ରଦ୍ଧାନନ୍ଦ ଭୂୟାଁ, ପଟ୍ଟାମୁଣ୍ଡାଇ ଥାନା ଅରଡପଲ୍ଲୀ ଗ୍ରାମର ନୀଳରତ୍ନ ସ୍ୱାଇଁ, ମହାକାଳପଡା ଥାନା ଅନ୍ତର୍ଗତ ଚକଡା ଗୋଗୁଆ ଗ୍ରାମର ଦୀପକ ନାୟକ ଓ ରତାପଙ୍ଗା ଗ୍ରାମର ଜଗନ୍ନାଥ ଭୂୟାଁ କତାର ଯାଇଥିଲେ। ନିୟମ ଅନୁସାରେ ସେଠାରେ ସେମାନଙ୍କ ଚୁକ୍ତି ସରିବାର ୩ ମାସ ପୂର୍ବରୁ ଅଗଷ୍ଟ ୨୦୨୩ରେ ସେମାନେ ଇସ୍ତଫା ଦେଇଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ଇସ୍ତଫା ଗ୍ରହଣ ନକରି ମିଥ୍ୟା ମାମଲାରେ ଜେଲରେ ପୂରାଇ ଦେବାକୁ ଧମକ ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ସେମାନଙ୍କ ବକେୟା ପ୍ରାପ୍ୟ ମଧ୍ୟ ଦେଉନାହାନ୍ତି।

ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ।ସେମାନଙ୍କ ଅନୁରୋଧକ୍ରମେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

Advertisment
Baijayanta Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe