Advertisment

ବଜ୍ରାଘାତ ନେଲା ୨ ଜଣଙ୍କ ଜୀବନ

ଏମାନେ ପାଟପୁର ଗାନ୍ଧୀ ଛକ ନିକଟରେ ପଡ଼ିଥିବା ମିନା ବଜାର କାମ କରୁଥିଲେ।

Lightining

Lightining

Advertisment

ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆଜି ଅପରାହ୍ନରେ କାଳବୈଶାଖୀ ବ୍ରହ୍ମପୁରର ଦିଗପହଣ୍ଡିରେ ତାଣ୍ତବ ରଚିଛି। ଅଚାନକ ବର୍ଷା ବେଳେ ବିଜୁଳି ମାରିବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ୱୟ ହେଲେ ନିରାକାରପୁର ଡୁବୁର ପ୍ରଧାନ ଓ ପୋଲସରାର ଶାନ୍ତନୁ।

Advertisment

ଏମାନେ ପାଟପୁର ଗାନ୍ଧୀ ଛକ ନିକଟରେ ପଡ଼ିଥିବା ମିନା ବଜାର କାମ କରୁଥିଲେ। ପ୍ରବଳ ଖରାରେ ଏମାନେ କାମ କରି ଥକି ଯିବାରୁ ନିକଟସ୍ଥ ଗୋଟିଏ ଆମ୍ବଗଛ ତଳେ ବିଶ୍ରାମ ନେଇଥିଲେ। ହେଲେ ଏହି ସମୟରେ ହଠାତ୍‌ ବିଜୁଳି ମାରିଥିଲା। ପ୍ରବଳ ବର୍ଷା ମଧ୍ୟ ହୋଇଥିଲା।

ଫଳରେ ସେହି ଆମ୍ବଗଛ ତଳେ ଡୁବୁର ଓ ଶାନ୍ତନୁ ରହି ଯାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜୁଳି ମାରିବା ବେଳେ ଗଛ ତଳେ ଛିଡ଼ା ହୋଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଫୋନରେ କଥା ହେଉଥିଲେ। ଏତିକି ବେଳେ ବିଜୁଳି ସିଧା ଗଛ ଉପରେ ପଡ଼ିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

ଦୁଇ ଯୁବକ ଗଛ ନିକଟରେ ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକ ପାଟପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲକୁ ନେଇଥିଲା। ହେଲେ ସେତେବେଳକୁ ଉଭୟଙ୍କୁ ମୃତ୍ୟୁ ହୋଇ ସାରିଥିଲା। ପୁଲିସ୍‌ ଏବେ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Odisha Lightening Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe