Odisha
ଫୁଟବଲ ଖେଳ ହେଲା କାଳ। ଖେଳ ବେଳେ ଲଗାଣ ବର୍ଷା ଓ ବିଜୁଳି ମାରିବାରୁ ଘଟିଛି ଅଭାବନୀୟ ଘଟଣା। ବିଜୁଳି ମାଡ଼ରେ ଚାଲି ଯାଇଛି ୩ ଜଣଙ୍କ ଜୀବନ। ଆଜି ସନ୍ଧ୍ୟାରେ ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ବିରୁଆଲ ଗାଁ ରେ ଘଟିଛି ଅଘଟଣ। ବଜ୍ରଘାତରେ ଆଉ ୪ ଜଣ ଆହତ ମଧ୍ୟ ହୋଇଛନ୍ତି।
ଆଜି ଗାଁରେ ଫୁଟବଲ ମ୍ୟାଚ୍ ଚାଲିଥିଲା। ଏହି ସମୟରେ ହଠାତ୍ ବର୍ଷା ଓ ବିଜୁଳି ମାରିଥିଲା। ଫଳରେ ଦର୍ଶକ ଓ ଖେଳାଳୀ ମାନେ ଗଛ ତଳେ ଆଶ୍ରୟ ନେଇଥିଲେ। ଏତିକି ବେଳେ ଗଛ ଉପରେ ଜୋରରେ ବିଜୁଳି ମାରିଥିଲା। ଫଳରେ ୭ ଜଣ ଆହତ ହୋଇଥିଲେ। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ଏଠାକୁ ଅଣାଯାଇଥିଲା। କିନ୍ତୁ ସେତେବେଳକୁ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲେ। ଏବେ ଆଉ ୪ ଜଣଙ୍କ ଚିକିତ୍ସା ଚାଲିଛି।
ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ସୁନିଲ ଓରାମ ଓ ବିଶାଳ ବିଲୁଙ୍ଗ। ତିନି ଜଣଙ୍କ ମୃତଦେହ ରାଉରକେଲା ସରକାରୀ ହସ୍ପିଟାଲର ମର୍ଗ ହାଉସରେ ରଖାଯାଇଛି। ମୃତକଙ୍କୁ ମଧ୍ୟରୁ ଜଣଙ୍କ ବୟସ ୧୭, ଆଉ ଜଣଙ୍କର ୧୮ ଓ ତୃତୀୟ ଯୁବକଙ୍କ ବୟସ ୨୬ ବର୍ଷ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Odisha__1694967659.jpg)