Advertisment

ବଜ୍ରପାତରେ ଭାଙ୍ଗିଲା ରାମେଶ୍ୱର ମନ୍ଦିର ଦଧିନଉତି

ଆଜି ସକାଳେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ତାହାରି ଭିତରେ ଖୋଲିଥିଲା ମାଉସୀ ମା’ ମନ୍ଦିର ପରିସରରେ ଥିବା ରାମେଶ୍ୱରଙ୍କ ମନ୍ଦିର। ପ୍ରତିଦିନ ପରି ଆଜି ରୀତିନୀତିରେ ପୂଜା ଚାଲିଥିଲା। ତେବେ ସକାଳ ପ୍ରାୟ ୯ଟା ବେଳେ ହଠାତ୍‌ ଏକ ଭୟଙ୍କର ଶବ୍ଦ ହୋଇଥିଲା।

author-image
Manoranjan Sial
Rameshwar Temple

Rameshwar Temple

ସକାଳ ବେଳା। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଖଚାଖଚ୍‌ ଭିଡ଼ ଥିଲା। ପୂଜକ ପୂଜାରେ ବ୍ୟସ୍ତ ଥିଲେ। ହଠାତ୍‌ ହେଲା ବଜ୍ରପାତ। ଆଉ ରାମେଶ୍ୱରଙ୍କ ଦଧିନଉତି ଉପରେ ପଡ଼ିଲା। ଚୁରମାର ହୋଇଗଲା ରାମେଶ୍ୱର ମନ୍ଦିର ଦଧିନଉତି। ଆଜି ସକାଳେ ଏପରି ଭୟଙ୍କର ବଜ୍ରପାତ ରାଜଧାନୀ ଭୁବନେଶ୍ୱରେ ଘଟିଛି। ସୌଭାଗ୍ୟକୁ ଏଥିରେ କେହି ମୃତାହତ ହୋଇନାହାନ୍ତି। ଶ୍ରଦ୍ଧାଳୁ କହିଛନ୍ତି, ପ୍ରଭୁ ରାମେଶ୍ୱରଙ୍କ ଆଶୀର୍ବାଦରୁ ବଞ୍ଚିଗଲୁ।

Advertisment

ଆଜି ସକାଳେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ତାହାରି ଭିତରେ ଖୋଲିଥିଲା ମାଉସୀ ମା’ ମନ୍ଦିର ପରିସରରେ ଥିବା ରାମେଶ୍ୱରଙ୍କ ମନ୍ଦିର। ପ୍ରତିଦିନ ପରି ଆଜି ରୀତିନୀତିରେ ପୂଜା ଚାଲିଥିଲା। ତେବେ ସକାଳ ପ୍ରାୟ ୯ଟା ବେଳେ ହଠାତ୍‌ ଏକ ଭୟଙ୍କର ଶବ୍ଦ ହୋଇଥିଲା। ଆଉ ସେହି ଶବ୍ଦରେ ଥରି ଯାଇଥିଲା ମନ୍ଦିର। ପୂରା ପରିବେଶ ଧୂଆଁମୟ ହୋଇଯାଇଥିଲା। ମନ୍ଦିର ଭିତରେ ଥିବା ଶ୍ରଦ୍ଧାଳୁ ଓ ପୂଜକମାନେ ବିଚଳିତ ହୋଇଯାଇ ଥିଲେ। ମନ୍ଦିର ତଳେ ପଡ଼ିଥିବା ଖଣ୍ଡ ବିଖଣ୍ଡିତ ଦଧିନଉତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ବଜ୍ରପାତରେ ରାମେଶ୍ୱରଙ୍କ ଦଧିନଉତି ଭାଙ୍ଗିବା ହେଉଛି ପ୍ରଥମ ଘଟଣା। ଆଥିଂ ବ୍ୟବସ୍ଥା ଠିକ୍‌ ନଥିବାରୁ ଏପରି ଘଟିଥିବା ଆଲୋଚନା ହେଉଛି।

ବଜ୍ରପାତ ନେଇ ପୂଜରା ପାଇଁ ଆସିଥିବା ଜଣେ ଶ୍ରଦ୍ଧାଳୁ ବିଦିଶା ମୁଦୁଲି କହିଛନ୍ତି, ଆଜି ଆମର ରୁଦ୍ରାଭିଷେକ ଥିଲା। ବର୍ଷା ସତ୍ତ୍ୱେ ସକାଳ ପ୍ରାୟ ସାଢ଼େ ୮ଟାରେ ପୂଜା ପାଇଁ ପ୍ରସ୍ତୁତି ଚାଲିଥିଲା। ସକାଳ ପ୍ରାୟ ୯ଟା ବେଳେ ପୂଜା ଆରମ୍ଭ ହେଉଥିବା ବେଳେ ହଠାତ୍‌ ଭୟଙ୍କର ବଜ୍ରପାତ ହୋଇଥିଲା। ମନ୍ଦିର ଆପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲେ। ତା’ପରେ ମନ୍ଦିର ଦଧିନଉତି ଭାଙ୍ଗି ଖସି ପଡ଼ିଥିଲା। ଠାକୁରଙ୍କ ଦୟାରୁ ଆମେ ବଞ୍ଚି ଗଲୁ ବୋଲି ବିଦିଶା କହିଛନ୍ତି।

Advertisment

ସେପଟେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ୨୦୦୦ ବର୍ଷ ତଳର ମନ୍ଦିର ହେଉଛି ରାମେଶ୍ୱର ମନ୍ଦିର। ବହୁ ପୁରାତନ ମନ୍ଦିର। କେବେ ଏମିତି ଅଘଟଣ ଘଟିନଥିଲା। ଆଜି ସକାଳେ ଯେମିତି ଭୟଙ୍କର ଘଡ଼ଘଡ଼ି ମାରିଥିଲା, ମୁଁ ସେତେବେଳେ କହିଥିଲି କେଉଁଠି ନା କେଉଁଠି ବଡ଼ ଧରଣ ଅଘଟଣ ଘଟିଥିବ। କିନ୍ତୁ ରାମେଶ୍ୱରଙ୍କ କୃପାରୁ କାହାରି କିଛି କ୍ଷତି ଘଟିନାହିଁ। ଇନ୍ଦ୍ରଙ୍କ ବ୍ରଜବାଣ ମନ୍ଦିର ଉପରେ ପଡ଼ିଛି। ବଜପ୍ରପାତରେ ଭାଙ୍ଗି ଯାଇଥିବା ଦଧିନଉତିକୁ ଶୀଘ୍ର ମରାମତି କରିବାକୁ ଦାବି କରିଛନ୍ତି ଶ୍ରୀ ରାଉତରାୟ।

Bhubaneswar Bhubaneswar News Weather