Advertisment

ଖୁଣ୍ଟରେ ଚଢ଼ି ମରାମତି କରୁଥିଲେ, ହଠାତ୍‌ ଚାଲି ଆସିଲା ବିଜୁଳି

ଫୁଲବାଣୀ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ୍‌ ପଠାଇ ଦେଇଥିଲା। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁ ଶ୍ରୀ ଦାସଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଓ ସାହିବାସିନ୍ଦା ଅଭିଯୋଗ କରିଛନ୍ତି।

author-image
Manoranjan Sial
Phulbani

Phulbani

ଖୁଣ୍ଟ ଉପରେ ଚଢ଼ି ବିଦ୍ୟୁତ ମରାମତି କରୁଥିଲେ। ହଠାତ୍‌ ଚାଲିଆସିଲା ବିଜୁଳି। ଘଟଣା ସ୍ଥଳରେ ଟଳି ପଡ଼ିଲେ ବିଦ୍ୟୁତ କର୍ମଚାରୀ। ଫୁଲବାଣୀ ଟାଉନ୍‌ରେ ଘଟିଛି ଏପରି ହୃଦୟବିଦାରକ ଘଟଣା।

Advertisment

ଗୁରୁବାର ବିଳମ୍ବିତ ରାତିରେ ବର୍ଷା ଯୋଗୁ ଫୁଲବାଣୀ ସହରରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଯାଇଥିଲା। ଏ ସମ୍ପର୍କରେ ଜାଣିପାରି ବିଦ୍ୟୁତ କର୍ମଚାରୀ ଜିତେନ୍ଦ୍ର ଦାସ, ନାରାୟଣୀ ରୋଡ୍‌ ପାଖରେ ଥିବା 11 KV ବିଦ୍ୟୁତ ଖୁଣ୍ଟରେ ଚଢ଼ି ବିଦ୍ୟୁତ୍ ମରାମତି କରୁଥିଲେ। ଠିକ୍‌ ସେହି ସମୟରେ ଅଚାନକ ବିଦ୍ୟୁତ ଆସି ଯାଇଥିଲା। ତା’ପରେ ଶ୍ରୀ ଦାସ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଫୁଲବାଣୀ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ୍‌ ପଠାଇ ଦେଇଥିଲା। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁ ଶ୍ରୀ ଦାସଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଓ ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ମୃତ କର୍ମଚାରୀ ଅତି ଗରିବ ଶ୍ରେଣୀରେ ହୋଇଥିବାରୁ ଉକ୍ତ ପରିବାରରୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରରୁ ଜଣକୁ ଚାକିରି ଓ ଘଟଣାର ଉଚିତ ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି।

Advertisment

ରିପୋର୍ଟ-ଫୁଲବାଣୀରୁ ତ୍ରିନାଥ ସାହୁ

Kandhamal