Advertisment

ନନ୍ଦନକାନନରେ ସିଂହୀ 'ବିନି'ର ମୃତ୍ୟୁ

୨୦୦୭ରେ ଜନ୍ମ ନେଇଥିବା ସିଂହୀ ବିନି ଇସ୍ରାଏଲରୁ ନନ୍ଦନକାନକୁ ଆସିଥିଲା।

Nandankanan

Nandankanan

Advertisment

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ବିନିର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାକୁ ୧୬ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ସିଂହୀ ବିନିର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା।

Advertisment

ଗତ ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୨୦୦୭ରେ ଜନ୍ମ ନେଇଥିବା ସିଂହୀ ବିନି ଇସ୍ରାଏଲରୁ ନନ୍ଦନକାନକୁ ଆସିଥିଲା। ୧୬ ବର୍ଷ ଧରି ତାର ଉପସ୍ଥିତି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲା।

ତେବେ ବିନିର ମୃତ୍ୟୁ ପରେ ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ସିଂହଙ୍କ ସଂଖ୍ୟା ୨୧କୁ ହ୍ରାସ ପାଇଛି। ନନ୍ଦନକାନନ ସିଂହ ସଫାରୀରେ ଏବେ ୧୨ଟି ଅଣ୍ଡିରା ଏବଂ ୯ଟି ମାଈ ସିଂହ ଅଛନ୍ତି।

Advertisment
Nandankanan Zoological Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe