ଏଣିକି ୩ବର୍ଷରେ ବଦଳିବ ମଦନୀତି: ଚଳିତମାସରେ ଆସିବ ବିଜେପି ସରକାରଙ୍କ ଅବକାରୀ ନୀତି

ଅବକାରୀ ନୀତି ଏଣିକି ପ୍ରତି ୩ବର୍ଷରେ ପରିବର୍ତ୍ତନ ହେବ ଓ ରାଜସ୍ୱ ସଂଗ୍ରହ ତୁଳନାରେ ସରକାର ରାଜ୍ୟବାସୀଙ୍କ ସାମାଜିକ ସ୍ଥିତି, ଆର୍ଥିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି ।

Liquor

representational image

Ordigital Desk
  • Published: Monday, 02 June 2025
  • Updated: 02 June 2025, 08:27 PM IST

Sports

Latest News

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଚଳିତ ମାସରେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ଅବକାରୀ ନୀତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୧୫ରୁ ୨୦ତାରିଖ ମଧ୍ୟରେ ଏହି ନୂଆ ନୀତି ଆସିବ ଓ ଏହି ନୀତି ଓଡ଼ିଶାର ସାମାଜିକ ଓ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ସହ ନିଶାଦ୍ରବ୍ୟ କାରବାରକୁ ଅଧିକ ସୁବ୍ୟବସ୍ଥିତ ଓ ନିୟନ୍ତ୍ରିତ କରିବା ନିମନ୍ତେ ଯୋଜନା ରହିଛି ।

ଏହି ଅବକାରୀ ନୀତି ଏଣିକି ପ୍ରତି ୩ବର୍ଷରେ ପରିବର୍ତ୍ତନ ହେବ ଓ ରାଜସ୍ୱ ସଂଗ୍ରହ ତୁଳନାରେ ସରକାର ରାଜ୍ୟବାସୀଙ୍କ ସାମାଜିକ ସ୍ଥିତି, ଆର୍ଥିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି । ବିଭିନ୍ନ ଷ୍ଟେକହୋଲଡରମାନଙ୍କ ସହ ବିଚାରବିମର୍ଶ କରି ନୂଆ ଅବକାରୀ ନୀତିରେ ବ୍ୟାପକ ସଂସ୍କାର ଆଣିବାକୁ ସରକାର ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବ ସରକାର ପୂର୍ଣ୍ଣାଙ୍ଗ ଅବକାରୀ ନୀତି ଘୋଷଣା କରିଥିଲେ, ଯାହାକୁ ବିଜେପି ସରକାର ୨୦୨୪ ଜୁନରେ କ୍ଷମତାକୁ ଆସିବା ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ସେଥିରେ ସାମାନ୍ୟ ସଂଶୋଧନ କରି ଉକ୍ତ ନୀତିକୁ କାର୍ଯ୍ୟକାରୀ କରିବାର ଅବଧି ବଢ଼ାଇ ଚାଲିଛନ୍ତି ।

ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା

ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ “ ଚଳିତମାସ ଦ୍ୱିତୀୟ ଅବା ତୃତୀୟ ସପ୍ତାହରେ ଏହି ନୂଆ ଅବକାରୀ ନୀତି ଆସିବ । ନୂଆ ଅବକାରୀ ନୀତିରେ କୌଣସି ନୂଆ ମଦ ଦୋକାନ(ଅଫ୍ ସପ୍ ) ଖୋଲାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଏଣକି ୩ବର୍ଷରେ ଥରେ ଅବକାରୀ ନୀତି ଆସିବ ବୋଲି ସେ କହିଛନ୍ତି ।

ବେଆଇନ ମଦ ବ୍ୟବସାୟ ନିୟନ୍ତ୍ରଣ

ପୂର୍ବରୁ ରାଜସ୍ୱ ବୃଦ୍ଧି ପାଇଁ ନୂଆ ମଦ ଦୋକାନ ଖୋଲାଯାଉଥିବାର ପ୍ରାବଧାନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ନୂଆ ନୀତିରେ ବେଆଇନ ମଦ ଉତ୍ପାଦନ ଓ ଚୋରାଚାଲାଣକୁ ରୋକିବା ପାଇଁ କଡ଼ା ବ୍ୟବସ୍ଥା କରାଯିବ । ଏହା ମାଧ୍ୟମରେ ଅବୈଧ ମଦବିକ୍ରି ଓ ବଂଟନ ଉପରେ ନିୟନ୍ତ୍ରଣ ଆସିବ । ମଦ ଦୋକାନଗୁଡ଼ିକ ପାଇଁ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ କରାଯିବ । ଯାହାଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବା ସହ ଦୁର୍ନୀତିକୁ ହ୍ରାସ କରାଯାଇପାରିବ ବୋଲି ଜଣାପଡ଼ିଛି ।

ଅନ୍ୟ ରାଜ୍ୟରୁ ଶିକ୍ଷା

ଅବକାରୀ ନୀତିକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, କେରଳ ଏବଂ ତାମିଲନାଡୁ ଭଳି ରାଜ୍ୟମାନଙ୍କର ଆବକାରୀ ନୀତିକୁ ଅଧ୍ୟୟନ କରିବା ପାଇଁ ରାଜ୍ୟ ସରକାର ସେସବୁ ରାଜ୍ୟକୁ ତିନୋଟି ଦଳ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ ଆସନ୍ତା ୭-୮ତାରିଖ ସୁଦ୍ଧା ଓଡ଼ିଶା ଫେରି ନିଜର ରିପୋର୍ଟ ସରକାରଙ୍କୁ ଦେବେ । ଯାହା ଓଡ଼ିଶାର ଅବକାରୀ ନୀତିକୁ ଅଧିକ ଫଳପ୍ରଦ ଓ ସମୟୋପଯୋଗୀ କରିବାରେ ସହାୟକ ହେବ ।

ନିଶାମୁକ୍ତି ଅଭିଯାନ

ରାଜ୍ୟ ସରକାର ମେ’ ୩୧ରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ  ନିଶାମୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ସ୍କୁଲ ଓ କଲେଜଗୁଡ଼ିକରେ ଜନସଚେତନତା କାର୍ଯ୍ୟକ୍ରମ,ପଥପ୍ରାନ୍ତ ନାଟକ, ପ୍ରବନ୍ଧ ପ୍ରତିଯୋଗିତା ଏବଂ ଜନସଂପର୍କ ଅଭିଯାନ ସାମିଲ ଅଛି । ଏହା ଜନସାଧାରଣଙ୍କୁ ମଦ ଓ ନଶାଦ୍ରବ୍ୟର କୁପ୍ରଭାବ ସଂପର୍କରେ ସଚେତନ କରାଇବ ।

ଅନ୍ୟ ରାଜ୍ୟର ଆବକାରୀ ନୀତି

ହରିୟାଣା: ହରିୟାଣା ସରକାର ନିଜର ଅବକାରୀ ନୀତିରେ ୨୦୨୪ ଫେବୃୟାରୀ ୨୯ ଫେବୃଆରୀ ପରଠୁ ମଦ ବୋତଲରେ ପିଇଟି ଉପାଦାନଯୁକ୍ତ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତିି ନେଇଛନ୍ତି । ଖୁଚୁରା ପରମିଟ ଶୁଳ୍କରୁ ୪୦୦ କୋଟି ଟଙ୍କା ସଂଗ୍ରହ କରାଯିବ, ଯାହା ପରିବେଶ ଓ ପଶୁ କଲ୍ୟାଣ ପାଇଁ ବ୍ୟବହୃତ କରିବେ ।

ସେହିପରି ଉତ୍ତର ପ୍ରଦେଶ ସରକାରଙ୍କ ୨୦୨୫-୨୬ ଅବକାରୀ ନୀତି ଅନୁଯାୟୀ, ରାଜ୍ୟରେ ମଦ ଦୋକାନଗୁଡ଼ିକର ଆବଂଟନ ଇ-ଲଟେରୀ ମାଧ୍ୟମରେ ହେବ । ଜଣେ ଆବେଦନକାରୀଙ୍କୁ ଦୁଇଟିରୁ ଅଧିକ ଦୋକାନର ଲାଇସେନ୍ସ ମିଳିବ ନାହିଁ ଏବଂ ପ୍ରୋସେସିଂ ଫି’କୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି । ସେହିପରି ଉତ୍ତରାଖଣ୍ଡ ସରକାର ରାଜ୍ୟର

ଧାର୍ମିକ ସ୍ଥାନ ନିକଟରେ ମଦ ବିକ୍ରି ଉପରେ ସଂପୂର୍ଣ୍ଣ କଟକଣା ଲାଗୁ କରିଛନ୍ତି । ଏମଆରପିଠାରୁ ଅଧିକ ମୂଲ୍ୟରେ ମଦ ବିକ୍ରି କରୁଥିବାର ପ୍ରମାଣ ମିଳିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଲାଇସେନ୍ସ ବାତିଲ କରାଯିବ । ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story