Advertisment

ସ୍କୁଲରେ ନାହାନ୍ତି ଶିକ୍ଷକ; ତାଲା ପକାଇ ଧାରଣାରେ ବସିଲେ ପିଲା, ଅଭିଭାବକ

ଆଠଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ତିନି ଜଣ ଶିକ୍ଷକ ଅଛନ୍ତି। ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ତିନି ଜଣ ଶିକ୍ଷକ ଥିବାରୁ ପାଠ ପଢାରେ ବାଧାପ୍ରାପ୍ତ ହେଉଛି ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ଶିକ୍ଷକ ପୂରଣ ଦାବିରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ଗ୍ରାମପଞ୍ଚାୟତର ଚାରିବାଟିଆ ସରକାରୀ ଉ.ପ୍ରା ବିଦ୍ୟାଳୟରେ। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଅଛି। ଆଠଟି ଶ୍ରେଣୀରେ ମୋଟ୍ ୧୬୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ହେଲେ ଆଠଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ତିନି ଜଣ ଶିକ୍ଷକ ଅଛନ୍ତି। ବିଦ୍ୟାଳୟରେ ତିନି ଜଣ ଶିକ୍ଷକ ଥିବାରୁ ପାଠ ପଢାରେ ବାଧାପ୍ରାପ୍ତ ହେଉଛି ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।

Advertisment

୩ଟି ଶ୍ରେଣୀରେ ଶିକ୍ଷକ ପାଠ ପଢାଉଥିବା ବେଳେ ଆଉ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବାହାରେ ବୁଲୁଛନ୍ତି। ଏସମ୍ପର୍କରେ ଦୀର୍ଘ ଦିନ ହେବ ବିଓଙ୍କୁ ଦାବି କରିଆସୁଛୁ କିନ୍ତୁ ଶିକ୍ଷକ ଦେଉ ନାହାନ୍ତି ବୋଲି ଗ୍ରାମବାସି ମାନେ କହିଛନ୍ତି। ଯେପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆମେ ଧାରଣାରେ ବସିବୁ ବୋଲି କହିଛନ୍ତି ଛାଛ୍ରଛାତ୍ରୀ ଓ ଅଭିଭାବକ।

ଅନ୍ୟପଟେ ଦୀର୍ଘ ୩ଘଣ୍ଟା ଧରି ପିଲା ମାନେ ଧାରଣାରେ ବସିଥିବା ପରେ ଏବିଓ ଘଟଣା ସ୍ତଳରେ ପହଞ୍ଚି ବୁଝାସୁଝା କରିବା ସହିତ ଆସନ୍ତା କାଲି ଜଣେ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହାର ହୋଥିଲା।

Advertisment

ରିପୋର୍ଟ- ସୂର୍ଯ୍ୟଦୟ ବିଶ୍ୱାଳ

School School Re Open
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe