Advertisment

ଉଦ୍‌ଘାଟିତ ହେଲା ରାଜ୍ୟର ଦୀର୍ଘତମ ଫ୍ଲାଏଓଭର

ଡିଏମ୍‌ଏଫ ଫଣ୍ଡରୁ ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଫ୍ଲାଏଓଭର।

author-image
Jitendra Garnayak
FLYOVER

FLYOVER

କେନ୍ଦୁଝର ଜିଲ୍ଲା ଯୋଡ଼ା ସହରବାସୀଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ଯୋଡ଼ା ସହରରେ ନିର୍ମିତ ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି।

Advertisment

ଡିଏମ୍‌ଏଫ ଫଣ୍ଡରୁ ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଫ୍ଲାଏଓଭର। ଏହାର ନିର୍ମାଣ କାର୍ଯ୍ୟ ୨୦୨୦ରେ ଆରମ୍ଭ ହୋଇଥିଲା। ତିନି ଲେନ୍ ବିଶିଷ୍ଟ ଏହି ଫ୍ଲାଏଓଭରର ଲମ୍ବ ୨.୯୮ କି.ମି. ଏବଂ ଓସାର ସାଢ଼େ ପାଞ୍ଚ (୫.୫) ମିଟର ରହିଛି। ଏନ୍ଏଚ୍ ୫୨୦ର ରଣାଶାଳ ଛକଠାରୁ କମାରଯୋଡ଼ା ପର୍ଯ୍ୟନ୍ତ ଆପ୍ରୋଚ ରୋଡ୍ ସହିତ ଏହାର ଲମ୍ବ ୪.୪୮୭ କି.ମି.।

FLYOVERଯୋଡ଼ା ଫ୍ଲାଏଓଭର

ଏହା କାର୍ଯ୍ୟକ୍ଷମ ହେବା ଦ୍ୱାରା ଯୋଡ଼ାବାସୀ ଟ୍ରାଫିକ ସମସ୍ୟାରୁ ଅନେକାଂଶରେ ମୁକ୍ତି ପାଇପାରିବେ। ସେହିପରି ଖଣିଜ ପରିବହନ କ୍ଷେତ୍ରରେ ଏହା ବେଶ୍ ସହାୟକ ହୋଇପାରିବ। ଏଣିକି ଅନବରତ ଭାବରେ ଖଣିଜ ପଦାର୍ଥ ବୋଝେଇ ଟ୍ରକଗୁଡ଼ିକ ଫ୍ଲାଏଓଭର ଦେଇ ଚଳାଚଳ କରିପାରିବେ।

Advertisment

ଯୋଡ଼ାଠାରେ ଆୟୋଜିତ ଏହି ଫ୍ଲାଏଓଭରର ଲୋକାର୍ପଣ ଉତ୍ସବରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଯୋଡ଼ା ଓ ବଡ଼ବିଲର ପୌରାଧ୍ୟକ୍ଷଙ୍କ ସହିତ ବହୁ ସଂଖ୍ୟାରେ ସ୍ଥାନୀୟ ଜନ ସାଧାରଣ ଯୋଗ ଦେଇଥିଲେ।