Advertisment

ଉପବାସରେ ମହାପ୍ରଭୁ ଲିଙ୍ଗରାଜ

ଆଜି ଓଢଣ ଷଷ୍ଠୀ ଅବସରରେ ମହାପ୍ରଭୁଙ୍କୁ ଓଢନୀ ଲାଗି କରାଯାଏ। ଆଉ ମନ୍ଦିରର ବିଧି ଅନୁସାରେ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରଥମେ ଅଧିବାସ ପୂଜା ଅନୁଷ୍ଠିତ ହେବା ପରେ ଅନ୍ୟାନ ନୀତିକାନ୍ତି ହେବାର ଥିଲା।

Lingaraj temple

Lingaraj temple

Advertisment

ଉପବାସରେ ମହାପ୍ରଭୁ ଲିଙ୍ଗରାଜ। ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ମହାପ୍ରଭୁଙ୍କ ଅଧିବାସ ପୂଜାକୁ ନେଇ ମତ ପାର୍ଥକ୍ୟ ପାଇଁ ବନ୍ଦ ରହିଛି ସମସ୍ତ ନୀତିକନ୍ତି। ଅଭଡ଼ା ନପାଇ ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ। ଆଜି ସକାଳୁ ମଙ୍ଗଳ ଆଳତିଠାରୁ ବନ୍ଦ ରହିଛି ମହାପ୍ରଭୁଙ୍କର ସମସ୍ତ ନିତୀକାନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ଆଜି ଓଢଣ ଷଷ୍ଠୀ ଅବସରରେ ମହାପ୍ରଭୁଙ୍କୁ ଓଢନୀ ଲାଗି କରାଯାଏ। ଆଉ ମନ୍ଦିରର ବିଧି ଅନୁସାରେ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରଥମେ ଅଧିବାସ ପୂଜା ଅନୁଷ୍ଠିତ ହେବା ପରେ ଅନ୍ୟାନ ନୀତିକାନ୍ତି ହେବାର ଥିଲା। ମହାପ୍ରଭୁଙ୍କ ଏହି ନୀତିକାନ୍ତି ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମିଳିତ ଭାବେ କରିଥାଆନ୍ତି।

ତେବେ ଗତ ଦୁଇବର୍ଷ ଧରି ଅଧିବାସ ପୂଜା ନହୋଇ ମଧ୍ୟ ପ୍ରଶାସନର ହସ୍ତକ୍ଷେପ ଯୋଗୁ ନୀତିକାନ୍ତି ଶୃଙ୍ଖଳିତ ହେଉଥିଲା। ମାତ୍ର ଚଳିତ ବର୍ଷ ଅଧିବାସ ପୂଜାକୁ ନେଇ ପୁଣି ଜିଦ୍‌ ଧରିଛି ପୂଜାପଣ୍ଡା ନିଯୋଗ। ଯେଉଁଥିପାଇଁ ଆଜି ମଙ୍ଗଳ ଆରତୀ ପରଠାରୁ ଲିଙ୍ଗରାଜଙ୍କ ସବୁ ନୀତିକାନ୍ତି ବନ୍ଦ ରହିଛି। କିନ୍ତୁ ଦର୍ଶନ ଜାରି ରହିଛି। ତେବେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ପାଇଁ ମନ୍ଦିର ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଛି ପୂଜାପଣ୍ଡା ନିଯୋଗ।

Advertisment
Lingaraj Temple Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe