Advertisment

ଲୋକଙ୍କ ପାଇଁ ଆସିଥିଲା, ରାସ୍ତାକଡ଼ରୁ ମିଳିଲା ପୁଳା ପୁଳା ମେଡିସିନ

ଲୋକଙ୍କୁ ବିନା ଖର୍ଚ୍ଚରେ ରୋଗ କବଳରୁ ମୁକୁଳାଇବାକୁ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହି ମେଡିସିନ ଲୋକେ ଖାଇବା ବଦଳରେ ରାସ୍ତା କଡ଼ରେ ଫୋପଡ଼ା ଯାଉଛି।

Medicine

Medicine

Advertisment

ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ସରକାର ମାଗଣା ଚିକିତ୍ସା ସୁବିଧା ସହ ଯୋଗାଉଛନ୍ତି ମାଗଣା ମେଡିସିନ । ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ବିନା ଖର୍ଚ୍ଚରେ ରୋଗ କବଳରୁ ମୁକୁଳାଇବାକୁ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହି ମେଡିସିନ ଲୋକେ ଖାଇବା ବଦଳରେ ରାସ୍ତା କଡ଼ରେ ଫୋପଡ଼ା ଯାଉଛି।

Advertisment

ଏପରି ଏକ ଦୃଶ୍ୟ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବିଜୟ ଆଦିଗନ୍ଦପୁର ନିକଟ ରାସ୍ତା ନିକଟରେ ଦେଖିବାକୁ ମିଳିଥିବା ବେଳେ ଏହା ସାଧାରଣ ଲୋକଙ୍କୁ ବିଚଳିତ କରିଛି।

ଫିଙ୍ଗା ଯାଇଥିବା ଔଷଧ ମଧ୍ୟରେ ଟାବଲେଟଠୁ ଆରମ୍ଭ କରି ସିରପ ପର୍ଯ୍ୟନ୍ତ ରହିଛି। ବହୁ ମେଡିସିନର ଏକ୍ସପାରୀ ଡେଟ୍ ସରି ଯାଇଥିବା ବେଳେ ଆଉ ବହୁ ମେଡିସିନର ଏକ୍ସପାରୀ ଡେଟ ବି ସରିନି। କିନ୍ତୁ ଲୋକେ ଖାଇବା ବଦଳରେ ତାହାକୁ କିଏ ଓ କାହିଁକି ଏପରି ଫିଙ୍ଗିଲା ତାହା ସ୍ପଷ୍ଟ ହୋଇ ପାରିନି। ଏହାର ତଦନ୍ତ ପାଇଁ ଦାବି ହୋଇଛି।

Advertisment
Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe