Advertisment

ଗତ ଦୁଇ ଦିନ ହେଲା ବାଲେଶ୍ୱର ଓ ଭଦ୍ରକରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ

ବାଲେଶ୍ୱର, ସୋର, ନୀଳଗିରି ଓ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଗତ ଦୁଇଦିନ ହେଲା ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳୁଛି। ସକାଳେ ଏହି ଶବ୍ଦ ଶୁଣିବାକୁ ମିଳୁଛି। ଶବ୍ଦର ତୀବ୍ରତା ଏତେ ଭୟଙ୍କର ଯେ ଭୂମି କମ୍ପ ହେଲା ପରି ଲାଗୁଛି।

author-image
Manoranjan Sial
Balasore

Balasore

ଗତ ଦୁଇ ଦିନ ହେଲା ଶୁଭୁଛି ପ୍ରଚଣ୍ଡ ଶବ୍ଦ। ଶବ୍ଦର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ଭୂମିକମ୍ପ ହେଲା ପରି ଲାଗୁଛି। ତେବେ ସେହି ଶବ୍ଦ କେଉଁଠୁ ଆସୁଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ଏହାକୁ ନେଇ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

Advertisment

ବାଲେଶ୍ୱର, ସୋର, ନୀଳଗିରି ଓ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଗତ ଦୁଇଦିନ ହେଲା ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳୁଛି। ସକାଳେ ଏହି ଶବ୍ଦ ଶୁଣିବାକୁ ମିଳୁଛି। ଶବ୍ଦର ତୀବ୍ରତା ଏତେ ଭୟଙ୍କର ଯେ ଭୂମି କମ୍ପ ହେଲା ପରି ଲାଗୁଛି। କାନ୍ଥରେ ଝୁଲୁଥିବା ଘଣ୍ଟା ଖସି ପଡ଼ୁଛି। ଭୟଙ୍କର ଶବ୍ଦ ଶୁଣି ଲୋକମାନଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ହେଲେ କେଉଁଠୁ ଶବ୍ଦ ଆସୁଛି, ତାହା ଜଣାପଡୁନି।

ସେପଟେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ କହିଛନ୍ତି, ବାଲେଶ୍ୱରରେ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଥିବାରୁ କୌଣସି ଗୋଳବାରୁଦ ପରୀକ୍ଷଣ ହୋଇଥାଇପାରେ। ତେଣୁ ଜନ ସାଧାରଣ ସେହି ଶବ୍ଦକୁ ନେଇ ଭୟଭୀତ ନ ହେବାପାଇଁ ସେ ନିବେଦନ କରିଛନ୍ତି।

Advertisment

ସେପଟେ ଜିଲ୍ଲା ଜରୁରୀକାଳୀନ ବିଭାଗ କେହିଛି, DRDO ପକ୍ଷରୁ କୌଣସି ପରୀକ୍ଷଣ ହୋଇନଥିବା ସ୍ଫଷ୍ଟ କରିଛି। ତେବେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର କଲେଇକୋଣ୍ଡା ଠାରେ ଥିବା ବାୟୁସେନାର ଘାଟିରେ କୌଣସି ଜେଟ ବିମାନ ଉଡୁଥିବାର ଶବ୍ଦ ହୋଇଥାଇପାରେ।

Balasore Bhadrak