Advertisment

ଓଡ଼ିଶାରେ ପହଞ୍ଚିଲେ ବୁଲେଟ୍‌ ରାଣୀ ରାଜଲକ୍ଷ୍ମୀ ମାଣ୍ଡା

ରାଜଲକ୍ଷ୍ମୀ ମାଣ୍ଡା ଫେବ୍ରୁଆରୀ ୧୨ ତାରିଖରେ ତାମିଲ୍‌ନାଡୁର ମଦୁରାଇରୁ ଯାତ୍ରା ଆରମ୍ଭ କରିଥିଲେ। ଇତି ମଧ୍ୟରେ ୨୧ ହଜାର କିଲୋମିଟର ଅତିକ୍ରମ କରି ସାରିଲେଣି।

author-image
Manoranjan Sial
Rajalaxmi Manda

Rajalaxmi Manda

‘ଭୋଟ୍‌ ଫର୍‌ ନେସନ୍‌, ଭୋଟ୍‌ ଫର ମୋଦି’ ଓ ‘ଅବ୍‌କି ବାର୍‌ ୪୦୦ ପାର୍‌’ ବାର୍ତ୍ତା ନେଇ ସାରା ଦେଶ ଭ୍ରମଣ କରୁଥିବା ବୁଲେଟ୍‌ ରାଣୀ ଭାବେ ପରିଚିତ ତାମିଲନାଡୁର ରାଜଲକ୍ଷ୍ମୀ ମାଣ୍ଡା। ଆଜି ସେ ଐତିହାସିକ ସହର କଟକରେ ପହଞ୍ଚି ଛନ୍ତି। ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କର୍ପୋରେଟର ଗଗନ ଓଝା, ଲକ୍ଷ୍ମୀଧର ବେବେହରା ଓ ଅନ୍ୟକର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଆଉ ଥରେ ନରେନ୍ଦ୍ର ମୋଦିଙ୍କୁ ଭୋର୍ଟ ଦେବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି ରାଜଲକ୍ଷ୍ମୀ।

Advertisment

ରାଜଲକ୍ଷ୍ମୀ ମାଣ୍ଡା ଫେବ୍ରୁଆରୀ ୧୨ ତାରିଖରେ ତାମିଲ୍‌ନାଡୁର ମଦୁରାଇରୁ ଯାତ୍ରା ଆରମ୍ଭ କରିଥିଲେ। ଇତି ମଧ୍ୟରେ ୨୧ ହଜାର କିଲୋମିଟର ଅତିକ୍ରମ କରି ସାରିଲେଣି। ରାଜଲକ୍ଷ୍ମୀ ବୁଲେଟ୍‌ରେ ତାମିଲନାଡୁରୁ ବାହାରି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୋଆ, ମହାରାଷ୍ଟ୍ର, ଛତିଶଗଡ଼ ରାଜ୍ୟ ଅତିକ୍ରମ କରି ଆଜି ଓଡ଼ିଶାରେ ପହଞ୍ଚିଛନ୍ତି। କଟକରେ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଓଡ଼ିଶାରେ ସେ ୩ ଦିନ ରହିବେ। ଏହା ପରେ ସେ ପଶ୍ଚିମବଙ୍ଗ ଦେଇ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

କଟକରେ ପହଞ୍ଚିବା ପରେ ରାଜଲକ୍ଷ୍ମୀ ମାଣ୍ଡା କହିଥିଲେ, “ମୋଦିଙ୍କୁ ଭୋଟ୍‌ ଦେବା ପାଇଁ ଅପିଲ୍‌ କରିବାକୁ ବୁଲେଟ୍‌ ମୋଟରସାଇକେଲ୍‌ ଚଲାଉଛି। ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଉ ଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଦରକାର। ତେଣୁ ମୋଦିଜୀଙ୍କୁ ଭୋଟ୍‌ ଦେବା ପାଇଁ ସମସ୍ତ ମହିଳା ଓ ଯୁବତୀଙ୍କୁ ଅପିଲ୍‌ କରୁଛି। ଓଡ଼ିଶା ମୋତେ ବହୁ ଭଲ ଲାଗିଲା। ମୋତେ ଲାଗୁଛି ଏଥର ଓଡ଼ିଶାର ପୂରା ଜନତା ମୋଦିଜୀଙ୍କ ସାଙ୍ଗରେ ରହିଛନ୍ତି।”

Advertisment
Bjp Cuttack