Advertisment

ଫୁଲବାଣୀ ସହରରେ ବୁଲୁଛି ପାଗଳ କୁକୁର

କୁକୁରଟି ସହରର ବିଭିନ୍ନ ଜାଗାରେ ପ୍ରାୟ ୨୦ ରୁ ଅଧିକ ଲୋକଙ୍କୁ କାମୁଡ଼ି ଆହତ କରିଥିବା ସୂଚନା ମିଳିଛି। ସମସ୍ତ ଆହତ ମାନେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

Dog Attack

Dog Attack

Advertisment

ଫୁଲବାଣୀ ସହରରେ ପାଗଳ କୁକୁର ଆତଙ୍କ। କୁକୁରଟି ସହରର ବିଭିନ୍ନ ଗଳିକନ୍ଦିରେ ବୁଲୁଛି। ଆଉ ତାହା ହାବୁଡ଼ରେ ଯିଏ ପଡ଼ୁଛି ତାକୁ କାମୁଡ଼ି ପକାଉଛି।ଆଜି ସୁଦ୍ଧା ପ୍ରାୟ ୨୦ ରୁ ଅଧିକ ଲୋକଙ୍କୁ କାମୁଡ଼ି ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଜାଇଛି। 

Advertisment

ଆଜି ସକାଳୁ ଏକ କଳା ରଙ୍ଗର କୁକୁରଟି ଯାହାକୁ ଦେଖୁଛି ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି। ସହରର ମାଷ୍ଟରପଡ଼ା, ଢ଼ୀପାସାହି, ଜଗନ୍ନାଥ ବିହାର, ମେଡିକାଲ ଛକ, ନଦୀଖଣ୍ଡିସାହି ଏବଂ ସାଇନ୍ସ ପାର୍କରେ ଦେଖିବାକୁ ମିଳିଛି ଏପରି ଭୟଙ୍କର ଚିତ୍ର। କୁକୁର ଆତଙ୍କରେ ସହରରେ ଭୟର ବାତାବରଣ ଖେଳିଯାଇଛି। ସ୍ଥାନୀୟ ଲୋକେ ଘରୁ ବାହାରିବାକୁ ନିରାପଦ ମଣୁନାହାନ୍ତି। ଛୋଟ ପିଲାମାନେ ଘରୁ ବାହାରି ପାରୁ ନାହାନ୍ତି। 

ପାଗଳ କୁକୁରକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଫୁଲବାଣୀ ପୌରପରିଷଦ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ହେଲେ ଫୁଲବାଣୀ ପୌରପରିଷଦର ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ଚେତା ପଶିନି। କୁକୁରଟି ଏବେ ମଧ୍ୟ ଏ ସାହିରୁ ସେ ସାହି ବୁଲି ରାସ୍ତରେ ଯାଉଥିବା ଲୋକଙ୍କୁ କାମୁଡ଼ୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। 

Advertisment
Dog Attack Mad Dog
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe