Advertisment

ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବିରେ ୧୧ଟି ଜିଲ୍ଲାରେ ମହାବନ୍ଦ ଡାକରା

ବନ୍ଦର ପ୍ରଭାବ ଆଜି ସକାଳେ ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Bandh

Bandh

Advertisment

ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଆଜି ମହାବନ୍ଦ ଡାକରା ଦେଇଛି କୋସଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି। ୧୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦର ପ୍ରଭାବ ଆଜି ସକାଳେ ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆନ୍ଦୋଳକାରୀମାନେ ପିକେଟିଂ କରି ଗାଡ଼ିମଟର ଚଳାଚଳକୁ ବନ୍ଦ କରିଛନ୍ତି।

Advertisment

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ କୋଶଲ ମହାବନ୍ଦର ପ୍ରଭାବ ପଡିଛି। ମହାବନ୍ଦ ଯୋଗୁ ବିନିକା, ଡୁଙ୍ଗୁରିପାଲିରେ ଦୋକାନ ବଜାର ବନ୍ଦ ରହିଛି। ରାମପୁରଠାରେ ଆନ୍ଦୋଳନକାରୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ ହେବ। ବନ୍ଦରୁ ଜରୁରୀ ସେବାକୁ ବାଦ ଦିଆଯାଇଛି।

ଅନ୍ୟପକ୍ଷରେ  କୋଶଲ ମହାବନ୍ଦକୁ ସମ୍ବଲପୁରରେ ବିରୋଧ କରାଯାଇଛି। ବନ୍ଦରେ ସାମିଲ ନହେବାକୁ ହୀରଖଣ୍ଡ ସାମୁଖ୍ୟ ଆହ୍ୱାନ ଦେଇଛି। ଫଳରେ ସମ୍ବଲପୁରରେ ସ୍ୱାଭାବିକ ଭାବେ ଖୋଲିଛି ଦୋକାନ ବଜାର। ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ବନ୍ଦ ପାଳନକୁ ବିରୋଧ କରାଯାଉଥିବା ବେଳେ ଆଜି କିଛି ବନ୍ଦ ସପକ୍ଷବାଦୀ ସମ୍ବଲପୁର ସହରର ଅଇଁଠାପାଲି ଛକ ନିକଟରେ ୫୩ନମ୍ବର ଜାତୀୟ ରାଜପଥ ଅବରୋଧ ପାଇଁ ଉଦ୍ୟମ କରିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ରାସ୍ତାରୁ ଉଠାଇ ନେଇଥିଲା। ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

Advertisment

ଅନେକ ସଂଗଠନ ଏଥିରେ ସାମିଲ ହୋଇଥିବାରୁ ବନ୍ଦର ପ୍ରଭାବ ପଡ଼ିପାରେ ବୋଲି ସୂଚନା ରହିଛି। ଏହି ମହାବନ୍ଦ ଡାକରାରେ ଅତ୍ୟାବଶ୍ୟକ ସେବା, ମେଡିକାଲ ଓ ପରୀକ୍ଷାକୁ ବାଦ୍ ଦିଆଯାଇଛି।

କୋଶଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର କହିଛନ୍ତି, ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ନ ହେଲେ ଲଢ଼େଇ ଜାରି ରହିବ। ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ହେଲେ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ହେବ।  ଅନେକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇ ମହାବନ୍ଦ ଡାକରା ଦେଇଛନ୍ତି। ଏହି ମହାବନ୍ଦ ଡାକରାରେ ସମସ୍ତଙ୍କୁ ସାମିଲ ହେବା ପାଇଁ ଅପିଲ କରାଯାଇଛି। ବହୁତ ଲୋକେ ଏହା ମହାବନ୍ଦ ଡାକରାରେ ସାମିଲ ହୋଇଛନ୍ତି।

Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe