Advertisment

“ମହେନ୍ଦ୍ରଗିରି ହେଉଛି ଆଦି ହିମାଳୟ, ଏହି ଆଧ୍ୟାତ୍ମିକ ପୀଠର ବିକାଶ କରାଯିବ”

ମନ୍ତ୍ରୀ କହିଛନ୍ତି, ମହେନ୍ଦ୍ରଗିରି ହେଉଛି ନିଆରା ଜାଗା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହେନ୍ଦ୍ରଗିରିକୁ ରାମାୟଣ ସର୍କିଟ୍‌ ସ୍ଥାନୀତ କରିଛନ୍ତି। ମହେନ୍ଦ୍ରଗିରିର ଐତିହ୍ୟ ଯେଉଁଠି ଦେଖିବେ ପାଇବେ। ସବୁ ପୁରାଣ ଓ ବେଦରେ ମଧ୍ୟ ମହେନ୍ଦ୍ରଗିରି ସମ୍ପର୍କରେ ବର୍ଣ୍ଣନା ରହିଛି।

Mahendragiri

Mahendragiri

Advertisment

ଐତିହାସିକ ମହେନ୍ଦ୍ରଗିରି ହେଉଛି ଆଦି ହିମାଳୟ। ଏହି ଆଧ୍ୟାତ୍ମିକ ପୀଠର ବିକାଶ କରାଯିବ। ଏହାର ବିକାଶ ହୋଇପାରିଲେ ମହେନ୍ଦ୍ରଗିରିର ମହନୀୟତା ସାରା ବିଶ୍ୱ ଜାଣିପାରିବ। ଗଜପତି ଜିଲ୍ଲାର ଐତିହାସିକ ମହେନ୍ଦ୍ରଗିରି ପରିଦର୍ଶନ ବେଳେ ଆଜି ଏମିତି କହିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା।

Advertisment

ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ମନ୍ତ୍ରୀ ଶ୍ରୀ ଜେନା ମହେନ୍ଦ୍ରଗିରି ଗସ୍ତରେ ଯାଇଥିଲେ। ସାଥୀରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଚିକିଟି ବିଧାୟକ ମୋନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ। ଗଜପତି ଜିଲ୍ଲାପାଳ ଓ ଡିଏଫ୍‌ଓ ସମସ୍ତଙ୍କୁ ମହେନ୍ଦ୍ରଗିରିରେ ସ୍ୱାଗତ କରିଥିଲେ। ମନ୍ତ୍ରୀ ଓ ତାଙ୍କ ପୂରା ଟିମ୍‌ ମହେନ୍ଦ୍ରଗିରିରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ବିଶ୍ଵ ଶାନ୍ତି ପାଇଁ ସେ ପୂଜାର୍ଚ୍ଚନା କରିଥିଲେ। ଏହି ଆଧ୍ୟାତ୍ମିକ କ୍ଷେତ୍ରର ବିକାଶ କରାଯିବ ବୋଲି ମନ୍ତ୍ରୀ କହିଥିଲେ।

ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି, ମହେନ୍ଦ୍ରଗିରି ହେଉଛି ନିଆରା ଜାଗା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହେନ୍ଦ୍ରଗିରିକୁ ରାମାୟଣ ସର୍କିଟ୍‌ ସ୍ଥାନୀତ କରିଛନ୍ତି। ମହେନ୍ଦ୍ରଗିରିର ଐତିହ୍ୟ ଯେଉଁଠି ଦେଖିବେ ପାଇବେ। ସବୁ ପୁରାଣ ଓ ବେଦରେ ମଧ୍ୟ ମହେନ୍ଦ୍ରଗିରି ସମ୍ପର୍କରେ ବର୍ଣ୍ଣନା ରହିଛି। ଏଠାରେ ପର୍ଶୁରାମ ତପସ୍ୟରତ ଅଛନ୍ତି। ପଞ୍ଚୁ ପାଣ୍ଡବଙ୍କ ବନବାସ ପାଇଁ ଏହି ମହେନ୍ଦ୍ରଗିରି କ୍ଷାତି ଅର୍ଜନ କରିଛି। ମହେନ୍ଦ୍ରଗିରିରେ ୬ ଋତୁ ଗୋଟିଏ ଦିନରେ ଅନୁଭୂତ ହୋଇଥାଏ। ଏହି ଆଧ୍ୟାତ୍ମିକ ବା ତୀର୍ଥ କ୍ଷେତ୍ରର ଉନ୍ନତି ହେବାର ଆବଶ୍ୟକତା ରହିଛି। ମହେନ୍ଦ୍ରଗିରି ତୀର୍ଥ କ୍ଷେତ୍ରର ବିକାଶ ପାଇଁ ସମଗ୍ର ଭାରତବାସୀ ଚିନ୍ତିତ। ରାମାୟଣ ସର୍କିଟ୍‌ ସ୍ଥାନୀତ ହେବା ପରେ ମହେନ୍ଦ୍ରଗିରି ତୀର୍ଥ କ୍ଷେତ୍ରରେ ଥିବା ସବୁ ମନ୍ଦିର ରକ୍ଷଣାବେକ୍ଷଣା ଦାୟିତ୍ୱ ଏଏସ୍‌ଆଇ ନେଇଛି। ଏହି କ୍ଷେତ୍ରର ବିକାଶ କରାଯିବ। ଏହି କ୍ଷେତ୍ରର ବିକାଶ ହୋଇପାରିଲେ ମହେନ୍ଦ୍ରଗିରି ମହନୀୟତା ସାରାବିଶ୍ୱ ଜାଣିପାରିବ। ମହେନ୍ଦ୍ରଗିରି ହେଉଛି ଆଦି ହିମାଳୟ। ଏହାର ସାନିଧ୍ୟ ପାଇବା ପାଇଁ ସାଧୁସନ୍ଥମାନେ ଖୋଜୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ରିପୋର୍ଟ-ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ

Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe