Advertisment

ପଡ଼ିଲା ହାତ ଗଣ୍ଠି; ମହେଶ୍ୱରଙ୍କ ଓଠରେ କଥା କହିବେ ଋକ୍ମଣୀ

ଋକ୍ମଣୀଙ୍କୁ ବିବାହ କରିବା ପାଇଁ ପରିବାର ଲୋକଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ମହେଶ୍ୱରଙ୍କ ବାପା ଏଥିରେ ରାଜି ହୋଇନଥିଲେ। ଜଣେ ଦିବ୍ୟାଙ୍ଗ ସହିତ ମୋ ପୁଅକୁ ବାହା କରାଇବି ନାହିଁ ବୋଲି କହିଥିଲେ।

ଅଦ୍ୟତନ ହୋଇଛି
Marriage

Marriage

Advertisment

ଓଠ ନୁହଁ, ହୃଦୟ କୁହେ କଥା। କାନ ନୁହଁ, ମନ ଶୁଣେ ମନର ଭାଷା। ଏମିତି ଏକ ପ୍ରେମ ପକ୍ଷୀ ହେଉଛନ୍ତି ମହେଶ୍ୱର ମଲ୍ଲିକ ଓ ଋକ୍ମଣୀ ମଲ୍ଲିକ। ଗତ ୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୩ ବର୍ଷ ତଳେ ପଡ଼ିଥିବା ପ୍ରେମର ମୂଳଦୁଆ ନେଇଛି ବିବାହର ରୂପ। ଆଉ ପ୍ରେମିକ ଓ ପ୍ରେମିକାରୁ ବନିଛନ୍ତି ପତି ପତ୍ନୀ। ସ୍ୱାର୍ଥପର ଦୁନିଆରେ ଏପରି ଏକ ଭଲ ଖବର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ।

Advertisment

ଖନ୍ତାପଡ଼ା ଥାନା ଜିରିତାଳ ଗାଁର ମହେଶ୍ୱର ମଲ୍ଲିକ। ଡିପ୍ଲୋମା ଇଞ୍ଜିନିୟରିଂ ପାସ୍‌ କରିବା ପରେ ରାଜ୍ୟ ବାହାରେ ଚାକିରି କରୁଛନ୍ତି। ୩ ବର୍ଷ ତଳେ ତାଙ୍କର ସୋର କୁଚିଆକୋଇଲି ଅଞ୍ଚଳର ରୁକ୍ମଣୀ ମଲ୍ଲିକଙ୍କ ସହିତ ଦେଖା ହୋଇଥିଲା। ଋକ୍ମଣୀ ମୁକ ଓ ବଧିର। ଏ କଥା ଜାଣି ମଧ୍ୟ ସେ ତାଙ୍କ ପ୍ରେମରେ ପଡ଼ିଥିଲେ। ପ୍ରଥମେ ଚାଟିଂରୁ ଆରମ୍ଭ ହୋଇଥିଲା ପ୍ରେମର ଯୁକ୍ତାକ୍ଷର। ପରେ ଭିଡିଓ କଲ୍‌ରେ ଭାବ ଦିଆନିଆ ହୋଇଥିଲେ। ତା’ପରେ ପ୍ରେମ ସମ୍ପର୍କ ଆଗକୁ ବଢ଼ିଥିଲା। ବାହା ହେବା ପାଇଁ ନେଇଥିଲେ ନିଷ୍ପତ୍ତି।

କିଛି ଦିନ ତଳେ ମହେଶ୍ୱର ଗାଁକୁ ଫେରିଥିଲେ। ଆଉ ଋକ୍ମଣୀଙ୍କୁ ବିବାହ କରିବା ପାଇଁ ପରିବାର ଲୋକଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ମହେଶ୍ୱରଙ୍କ ବାପା ଏଥିରେ ରାଜି ହୋଇନଥିଲେ। ଜଣେ ଦିବ୍ୟାଙ୍ଗ ସହିତ ମୋ ପୁଅକୁ ବାହା କରାଇବି ନାହିଁ ବୋଲି କହିଥିଲେ। ହେଲେ ମହେଶ୍ୱର ନଛୋଡବନ୍ଧା ଥିଲେ। ବାପା ଓ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଶେଷରେ ପରିବାର ଲୋକେ ବାହାଘର ପାଇଁ ରାଜି ହୋଇଥିଲେ। ତା’ପରେ ବାହାଘର ପାଇଁ ତିଥି ନିର୍ଦ୍ଧାରଣ ହୋଇଥିଲା।

Advertisment
Marriageବିବାହ ପରେ ...

ବ୍ୟାଣ୍ଡ ବାଜା ବଜାଇ ବରଯାତ୍ରୀ ଧରି ଗତ ୪ ତାରିଖରେ ବର ବେଶରେ ସଜେଇ ହୋଇ କୁଚୁଆକୋଇଲିରେ ପହଞ୍ଚିଥିଲେ ମହେଶ୍ୱର। ଆଉ ସେପାଖରେ ବଧୂ ବେଶରେ ସଜେଇ ହୋଇଥିଲେ ଋକ୍ମଣୀ। ବୈଦିକ ରୀତିନୀତିରେ ହୋଇଥିଲା ବାହାଘର। ହୋମ ନିଆଁକୁ ସାକ୍ଷୀ ରଖି ଋକ୍ମଣୀଙ୍କ ବେକରେ ବରଣା ମାଳ ପକାଇଥିଲେ ମହେଶ୍ୱର। ଆଉ ତା’ପରେ ଦୀର୍ଘ ଦିନର ପ୍ରେମ ସମ୍ପର୍କ ନେଇଥିଲା ବିବାହର ରୂପ। ପ୍ରେମିକ, ପ୍ରେମିକାରୁ ପତି ପତ୍ନୀ ହୋଇଗଲେ ଋକ୍ମଣୀ ଓ ମହେଶ୍ୱର। ବାହାଘର ଛାଡ଼ି ଶାଶୂଘର ଆସିଛନ୍ତି ଋକ୍ମଣୀ।

ରିପୋର୍ଟ-ନୀଳଗିରିରୁ ବିଶ୍ୱମ୍ଭର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe