Advertisment

ପଞ୍ଚଭୂତରେ ବିଲୀନ ହେଲେ ପୁରୀ ମାଟିର ଟାଣୁଆ ନେତା ମହେଶ୍ୱର ମହାନ୍ତି

ଗତ ୧ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ମହେଶ୍ୱର ମହାନ୍ତି। ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରୁ ବ୍ରେନ୍‌ ଷ୍ଟ୍ରୋକ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Puri

Puri

Advertisment

ପଞ୍ଚଭୂତରେ ବିଲୀନ ହେଲେ ପୁରୀ ମାଟିର ଟାଣୁଆ ନେତା ମହେଶ୍ୱର ମହାନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ଗାର୍ଡ ଅଫ୍‌ ଅନର ପରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି। ସେହି ସମୟରେ ମହେଶ୍ୱରଙ୍କ ସଂପର୍କୀୟ, ବହୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଙ୍କ ସହ ତାଙ୍କର ଶହ ଶହ ଶୁଭେଚ୍ଛୁ ଓ ସମର୍ଥକ ଏବଂ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Advertisment

ଗତ ୧ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ମହେଶ୍ୱର ମହାନ୍ତି। ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରୁ ବ୍ରେନ୍‌ ଷ୍ଟ୍ରୋକ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଥିଲା।

ଆଜି ସକାଳେ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନିଆଯାଇଥିଲା। ସେଠାରେ ଦଳୀୟ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଦର୍ଶନ କରିଥିଲେ। ଏହାପରେ ମର ଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ତା’ପରେ ମୃତଦେହକୁ ପୁରୀ ନିଆଯାଇଥିଲା। ପୁରୀ ଜିଲ୍ଲା ବିଜେଡି ଅଫିସ ଓ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଶେଷଦର୍ଶନ ପରେ ବଡ଼ଦାଣ୍ଡ ଏବଂ ସିଂହଦ୍ୱାର ସାମ୍ନା ଦେଇ ମରଶରୀରକୁ ସ୍ୱର୍ଗଦ୍ୱାର ଯାଇଥିଲା।

Advertisment

ଜନତା ଦଳରୁ ରାଜନୀତି ଆରମ୍ଭ କରି ପରେ ବିଜେଡିକୁ ଆସିଥିଲେ ମହେଶ୍ୱର ମହାନ୍ତି। ୧୯୯୫ରୁ ୨୦୧୯ ମସିହା ଯାଏଁ ପୁରୀରୁ ଲଗାତାର ୫ଥର ବିଧାୟକ, ପଞ୍ଚାୟତିରାଜ, ରାଜସ୍ୱ, ଆଇନ, ପର୍ଯ୍ୟଟନ ଏବଂ ଯୋଜନା ଓ ସଂଯୋଜନ ଭଳି ୫ଟି ବିଭାଗର ମନ୍ତ୍ରୀ, ୨୦୦୪ରୁ ୨୦୦୮ ଯାଏଁ ବିଧାନସଭାର ବାଚସ୍ପତି ରହିଥିଲେ। ୧୯୫୬ ମସିହା ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିବା ମହେଶ୍ୱରଙ୍କ ପଲିଟିକାଲ୍ କ୍ୟାରିୟର ଆରମ୍ଭ ହୋଇଥିଲା ଛାତ୍ର ରାଜନୀତିରୁ। ୧୯୭୩ରେ ସେ ବନିଥିଲେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ର ସଂସଦର ସାଧାରଣ ସମ୍ପାଦକ। ୧୯୭୮ରେ ପୁରୀ ମ୍ୟୁନିସପାଲିଟି କାଉନସିଲର ଏବଂ ୧୯୮୫ରୁ ୯୦ ଓ ୧୯୯୨ ରୁ ୯୫ ଯାଏଁ ସେ ଥିଲେ ଚେୟାରମ୍ୟାନ।

BjD Puri Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe