Advertisment

ଦର୍ପଦଳନ ରଥର ମୁଖ୍ୟ ମହାରଣାଙ୍କ ପରଲୋକ

ସେ ନିଜ ଜୀବନ କାଳରେ ୭୦ରୁ ଊର୍ଦ୍ଧ୍ୱ ରଥ ନିର୍ମାଣ କରିଛନ୍ତି। ପ୍ରାୟ ୫ଟି ନବକଳେବର ସମ୍ପନ୍ନ କରିଛନ୍ତି। ତାଙ୍କ ବିୟୋଗରେ ପୁରୀରେ ଶୋକର ଛାୟା ଖେଳି ଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Krushna Chandra Maharana

Krushna Chandra Maharana

ବର୍ଷିଆନ ବିଶ୍ୱକର୍ମା ମହାରଣା କୃଷ୍ଣଚନ୍ଦ୍ର ମହାରଣାଙ୍କର ପରଲୋକ ହୋଇଛି। ଦର୍ପଦଳନ ରଥର ମୁଖ୍ୟ ମହାରଣା ଥିଲେ କୃଷ୍ଣଚନ୍ଦ୍ର । ନିଜ ବାସଭବନ ପୁରୀ ମାର୍କେଣ୍ଡେଶ୍ୱର ସାହିରେ ଆଜି ସକାଳେ ହୃଦଘାତରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ।

Advertisment

କୃଷ୍ଣଚନ୍ଦ୍ର ମହାରଣା ପିଲାଟି ଦିନରୁ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ଥିଲେ । ଗତ ରଥ ନିର୍ମାଣ ବେଳେ ମଧ୍ୟ ପ୍ରତିଦିନ ରଥ ଖଳା ଯାଇ ସେ ଦର୍ପଦଳନ ରଥ ନିର୍ମାଣର ଅନୁଧ୍ୟାନ କରୁଥିଲେ । ସେ ନିଜ ଜୀବନ କାଳରେ ୭୦ରୁ ଊର୍ଦ୍ଧ୍ୱ ରଥ ନିର୍ମାଣ କରିଛନ୍ତି। ପ୍ରାୟ ୫ଟି ନବକଳେବର ସମ୍ପନ୍ନ କରିଛନ୍ତି।

ଗତ ନବକଳେବରରେ ଚାଲି ଚାଲି କାକଟପୁରର ଦେଉଳିମଠ ଯାଇଥିଲେ। ତାଙ୍କ ବିୟୋଗରେ ବିଶ୍ୱକର୍ମା ମହାରଣା, ଭୋଇ, କମାର ସେବକ ସବୁଠି ଶୋକର ଛାୟା ଖେଳିଯାଇଛି ।

Advertisment

ଆଜି ଦର୍ପଦଳନ ରଥ ଭଙ୍ଗା କାର୍ଯ୍ୟକ୍ରମ ହୋଇଥାନ୍ତା। କୃଷ୍ଣଚନ୍ଦ୍ର ମହାରଣା ଉପସ୍ଥିତ ରହି ଏ ସଂକ୍ରାନ୍ତରେ ଅନ୍ୟମାନଙ୍କୁ ସୂଚିତ କରିଥାନ୍ତି। ମାତ୍ର ଆଜି ଆଉ ସେ ନ ଥିବାରୁ ଦର୍ପଦଳନ ରଥ ଭଙ୍ଗା କାର୍ଯ୍ୟକ୍ରମ ହେବନି ଜଣାଯାଇଛି।

Puri