Advertisment

ରାଜ୍ୟରେ ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଆଗ୍ରହ ବଢୁଛି

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରକୁ ବିଶେଷ ଗୁରୁତ୍ୱ ଦିଆଯାଉଛି।

Man and Woman

Man and Woman

Advertisment

ରାଜ୍ୟରେ ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଆଗ୍ରହ ବଢୁଛି। ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଏମିତିକି ଗତ ଦୁଇଟି ଆର୍ଥିକ ବର୍ଷ (୨୦୨୨-୨୩ ଓ ୨୦୨୩-୨୪)ର ତଥ୍ୟକୁ ତୁଳନା କଲେ ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ବଢ଼ିଛି ବୋଲି କୁହାଯାଇପାରିବ। 

Advertisment

୨୦୨୧-୨୨ରେ ରାଜ୍ୟରେ ୯୯୧ ଜଣ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିଲେ। ୨୦୨୨-୨୩ ବର୍ଷରେ ଏହି ସଂଖ୍ୟା ୧୫୬୯ ଥିଲା। ୨୦୨୩-୨୪ରେ ରାଜ୍ୟରେ ୧୭୯୨ ଜଣ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଛନ୍ତି। 

ଅନ୍ୟପକ୍ଷରେ ୨୦୨୧-୨୨ରେ ୮୨ ହଜାର ୧୫୨ ଜଣ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିବା ବେଳେ ୨୦୨୨-୨୩ରେ ଏହି ସଂଖ୍ୟା ୯୨ ହଜାର ୯୧୫କୁ ବୃଦ୍ଧି ପାଇଥିଲା। କିନ୍ତୁ ୨୦୨୩-୨୪ରେ ଏହି ସଂଖ୍ୟା ହ୍ରାସ ପାଇଥିଲା। ଏହି ଆର୍ଥିକ ବର୍ଷରେ ୮୦ ହଜାର ୪୦୩ ଜଣ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିଲେ। 

Advertisment

ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ତଥ୍ୟ ଦେବା ସହିତ କହିଛନ୍ତି ଯେ ରାଜ୍ୟରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ପଦ୍ଧତିର ଲୋକପ୍ରିୟତା ବଢ଼ାଇବା ପାଇଁ ରାଜ୍ୟରେ ପ୍ରତ୍ୟେକ ବର୍ଷ ବିଶ୍ୱ ଜନସଂଖ୍ୟା ଦିବସ (ଜୁଲାଇ ୧୧ ତାରିଖ) ପାଳନ କରାଯାଉଛି। ଏହି ପଦ୍ଧତିର ଲୋକପ୍ରିୟତା ଜନସମୁଦାୟ ମଧ୍ୟରେ ବଜାୟ ରହିଛି।  

ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବା ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ସେ କହିଛନ୍ତି ଯେ ଏହି ଅସ୍ତ୍ରୋପଚାର ପାଇଁ ପୁରୁଷଙ୍କୁ ୨୦୦୦ ଟଙ୍କା ଦିଆଯାଉଥିବା ବେଳେ ମହିଳାଙ୍କୁ ୧୪୦୦ ଟଙ୍କା ଦିଆଯାଉଛି। ପ୍ରସବ ପରବର୍ତ୍ତୀ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ହିତାଧିକାରୀମାନଙ୍କୁ ୨୨୦୦ ଟଙ୍କା ପ୍ରଦାନ କରାଯାଉଛି। 

Odisha Assembly Odisha Assembly Budget Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe