Advertisment

ରାସ୍ତା ପାଇଁ ଅଭିନବ ପ୍ରତିବାଦ; କାଦୁଅ ପଚପଚ ରାସ୍ତାରେ ଧାନ ରୋଇଲେ ଲୋକେ

ଦୀର୍ଘ ଦିନ ହେବ ଏଠିକାର ବାସିନ୍ଦା ପକ୍କା ରାସ୍ତା ପାଇଁ ବାରମ୍ବାର ଗୁହାରି କରିଆସୁଥିଲେ ମଧ୍ୟ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ।

author-image
Manoj Swain
ଅଦ୍ୟତନ ହୋଇଛି
Malkangiri

Malkangiri

ପକ୍କା ରାସ୍ତାଟେ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ଗାଁ ଲୋକେ। କିନ୍ତୁ କେହି ଶୁଣିଲେ ନାହିଁ। ତେଣୁ ପ୍ରତିବାଦରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି ଗାଁ ଲୋକ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲାକନଗିରି ଜିଲ୍ଲାରେ ।

Advertisment

ମାଲକାନଗିରି ଉପକଣ୍ଠ ହିମାଂଶୁ ପାଲ୍ଲୀ ଠାରୁ ସତୀଗୁଡା ଯାଉଥିବା ରାସ୍ତାରେ ଧାନ ରୋଇଛନ୍ତି ଲୋକେ । ଦୀର୍ଘ ଦିନ ହେବ ଏଠିକାର ବାସିନ୍ଦା ପକ୍କା ରାସ୍ତା ପାଇଁ ବାରମ୍ବାର ଗୁହାରି କରିଆସୁଥିଲେ ମଧ୍ୟ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ। ତେଣୁ ସ୍ଥାନୀୟ ଲୋକେ କାଦୁଅ ପଚପଚ ରାସ୍ତାରେ ଯାତାୟତ କରୁଥିବା ବେଳେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଏଭଳି ପନ୍ଥା ଆପଣେଇଥିବା ଦେଖିବାକୁ ମିଳିଛି।

Malkangiri