Advertisment

ପେଟ କାଟୁଥିଲା, ଅପରେସନ ପରେ ବାହାରିଲା ଏଇ ସବୁ ଜିନିଷ

ଗତ ଗୁରୁବାର ମୋଗାର ମେଡିସିଟି ହସ୍‌ପିଟାଲ୍‌ରେ ଏହି ବ୍ୟକ୍ତିଙ୍କର ପେଟ ଅପରେସନ କରାଯାଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
 Metallic Objects

Metallic Objects

ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ଜ୍ୱର ହେଉଥିଲା। ତା’ସହିତ ତାଙ୍କ ପେଟ କାଟୁ ଥିଲା। ସେଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜ୍ୱର ଛାଡ଼ିଯାଇଥିଲେ ସୁଦ୍ଧା ପେଟ ବ୍ୟଥା ନକମିବାରୁ ଡାକ୍ତର ଏକ୍ସ-ରେ କରିଥିଲେ। ଏକ୍ସ-ରେ ରିପୋର୍ଟ ଦେଖି ଡାକ୍ତରଙ୍କ ହୋସ୍ ଉଡ଼ି ଯାଇଥିଲା। କାରଣ ତାଙ୍କ ପେଟ ଭିତରେ ଅନେକ ଧାତବ ଜିନିଷ ରହିଥିବା ଜଣାପଡ଼ିଥିଲା। ଏହା ପରେ ଡାକ୍ତର ଅପରେସନ କରି ସେଗୁଡ଼ିକୁ ବାହାର କରିଥିଲେ। ଘଟଣାଟି ଘଟିଛି ପଞ୍ଜାବର ମୋଗାରେ।

Advertisment

ଗତ ଗୁରୁବାର ମୋଗାର ମେଡିସିଟି ହସ୍‌ପିଟାଲ୍‌ରେ ଏହି ବ୍ୟକ୍ତିଙ୍କର ପେଟ ଅପରେସନ କରାଯାଇଥିଲା। ଏହି ଅପରେସନ କରିବାକୁ ଏକାଧିକ ଡାକ୍ତରଙ୍କୁ ୩ ଘଣ୍ଟା ଲାଗିଥିଲା। ଡାକ୍ତରମାନେ ତାଙ୍କ ପେଟରୁ ସମସ୍ତ ଜିନିଷ ବାହାର କରି ଦେଇଥିଲେ। ସେହି ସବୁ ଜିନିଷ ଭିତରେ ଥିଲା- ଇୟରଫୋନ୍‌, ୱାଶର, ନଟ୍‌ ଓ ବୋଲ୍ଟ, ତାର, ରାକ୍ଷୀ, ଲକେଟ, ବୋତାମ, ରାପର, ହେୟାରକ୍ଲିପ୍, ଜିପର ଟ୍ୟାଗ୍‌, ମାର୍ବଲ, ସେଫ୍‌ଟି ପିନ୍‌ ଓ ଅନ୍ୟାନ୍ୟ କିଛି ଜିନିଷ।

ଡାକ୍ତରଖାନାର ନିର୍ଦ୍ଦେଶକ ଡାକ୍ତର ଅଜମେର କାଲରା କହିଛନ୍ତି ଯେ ସେ ପୂର୍ବରୁ କେବେ ଏମିତି ରୋଗୀ ଦେଖି ନଥିଲେ। ଉକ୍ତ ବ୍ୟକ୍ତିଙ୍କର ଗତ ଦୁଇ ବର୍ଷ ହେଲା ପେଟରେ ଯନ୍ତ୍ରଣା ହେଉଥିଲା। ଯଦିଓ ତାଙ୍କ ପେଟରୁ ସମସ୍ତ ଜିନିଷ ବାହାର କରି ଦିଆଯାଇଛି, ତାଙ୍କ ଅବସ୍ଥା ସ୍ଥିର ହୋଇନାହିଁ। ସେହି ସବୁ ଜିନିଷଗୁଡ଼ିକ ତାଙ୍କ ପେଟରେ ଦୀର୍ଘ ଦିନ ଧରି ରହିଥିଲା। ସେଗୁଡ଼ିକ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛନ୍ତି।

Advertisment

ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ମଧ୍ୟ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କେତେବେଳେ ଏହି ସବୁ ଜିନିଷଗୁଡ଼ିକୁ ସେ ଗିଳିଲେ, ସେମାନେ ଜାଣି ନାହାନ୍ତି ବୋଲି କହିଛନ୍ତି। ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ ବୋଲି ତାଙ୍କ ବାପାମା’ କହିଛନ୍ତି। ସେମାନେ ଆହୁରି କହିଛନ୍ତି ଯେ, ଡାକ୍ତରଖାନାରେ ଭର୍ତ୍ତି କରାଯିବାର ବେଶ୍ କିଛି ଦିନ ପୂର୍ବରୁ ତାଙ୍କର ପେଟ ବ୍ୟଥା ହେଉଥିଲା। ସେଥିପାଇଁ ସେମାନେ ତାଙ୍କୁ ଅନେକ ଡାକ୍ତରଙ୍କ ପାଖକୁ ନେଇଥିଲେ। କିନ୍ତୁ କେହି ପ୍ରକୃତ କାରଣ ଧରିପାରି ନଥିଲେ।

Metallic Objects