Advertisment

କ୍ରିକେଟ ମ୍ୟାଚ ଦେଖି ଫେରୁଥିଲେ ବ୍ୟକ୍ତି, କଚାଡ଼ିଦେଲା ଦନ୍ତା

ଏକ ଦନ୍ତା ହାବୁଡ଼ରେ ପଡ଼ିଗଲେ ବ୍ୟକ୍ତିଜଣକ, ଆଉ ଦନ୍ତାଟି ତାଙ୍କୁ ଟେକି କଚାଡ଼ିଦେଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୂ ଉଡ଼ିଗଲା।

Elephant

Elephant

Advertisment

କ୍ରିକେଟ ମ୍ୟାଚ ଦେଖି ହସଖୁସିରେ ଘରକୁ ଫେରୁଥିଲେ। ଆଉ କିଛି ସମୟରେ ଘରେ ପହଞ୍ଚିଥାନ୍ତେ। ମାତ୍ର ସବୁ ହସଖୁସି ନିମିଷେକେ ପାଣି ଫୋଟକା ପରି ମିଳାଇଗଲେ। ବାଟରେ ଏକ ଦନ୍ତା ହାବୁଡ଼ରେ ପଡ଼ିଗଲେ ବ୍ୟକ୍ତିଜଣକ, ଆଉ ଦନ୍ତାଟି ତାଙ୍କୁ ଟେକି କଚାଡ଼ିଦେଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୂ ଉଡ଼ିଗଲା।

Advertisment

ଏପରି ଏକ ଘଟଣା ସମ୍ବଲପୁର ଜିଲ୍ଲା ବୀର ସିଂହଗଡ଼ ପଞ୍ଚାୟତରେ ଘଟିଛି। ମୃତକ ହେଲେ ପୁରୁଣାପାଣି ଗାଁର ଯୁଧିଷ୍ଠିର ବେହେରା।

ଗତକାଲି ଯୁଧିଷ୍ଠିର ପାଖ ଗାଁକୁ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ସେଠାରୁ ସେ ଜଙ୍ଗଲ ରାସ୍ତା ଦେଇ ଘରକୁ ଫେରୁଥିଲେ। ବାଟରେ ହଠାତ୍‌ ସେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତାଟି ଟେକି କଚାଡ଼ିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

Advertisment

ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚ ଯୁଧିଷ୍ଠିରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ୍‌ ଓ ବନ ବିଭାଗ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ଉକ୍ତ ଦନ୍ତାଟି ପୂର୍ବରୁ ବି ଜଣେ ଲୋକଙ୍କୁ ମାରି ଦେବା ସହ ବହୁ ଘରଦ୍ୱାର ଭାଙ୍ଗି ସାରିଛି। ତେଣୁ ତୁରନ୍ତ ଉକ୍ତ ଦନ୍ତାକୁ ହଟାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ପ୍ରଥମେ ଉକ୍ତ ଦନ୍ତା ହାତୀର ମାନସିକ ଅବସ୍ଥା ଓ ଆଚରଣକୁ ଅନୁଧ୍ୟାନ କରାଯିବ । ଏହାପରେ ତାହାକୁ ଟ୍ୟାକ୍‌ କରାଯାଇ ଟାଙ୍କୁଲାଇଜ୍ କରାଯିବ । ସେଥିପାଇଁ ସାତକୋଶିଆ ଓ ଢେଙ୍କାନାଳରୁ ବିଶେଷଜ୍ଞ ଟିମ୍ ଆସିବେ ବୋଲି କହିଛନ୍ତି ସମ୍ବଲପୁର DFO।

Sambalpur Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe