Advertisment

ସତରେ କ’ଣ ହୁଏ ଏମିତିକା ମୃତ୍ୟୁ?

ମଙ୍ଗଳବାର ସନ୍ଧ୍ୟା ବେଳେ ହୋଟେଲ ପ୍ରାୟତଃ ଖାଲିଥିଲା। କେହି ଦେଖିବାକୁ ମିଳୁନଥିଲେ। ସେତେବେଳେ ବୃଦ୍ଧ ମଉସା ହୋଟେଲ ଭିତରକୁ ଯାଇଥିଲେ। ଆଉ ହୋଟେଲ ପଡ଼ିଥିବା ଖାଇବା ବେଞ୍ଚରେ ବସି ପଡ଼ିଥିଲେ।

author-image
Manoranjan Sial
Puri

Puri

ସତରେ କ’ଣ ମୃତ୍ୟୁ ଏମିତି ଆସେ? ହୋଟେଲକୁ ଖାଇବାକୁ ଆସି ଟଳି ପଡ଼ିଲେ ବୃଦ୍ଧ ମଉସା। ଯାହାର ଭିଡିଓ ହୋଟେଲ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏପରି ଘଟଣା ପୁରୀ ଟାଉନ୍‌ରେ ଘଟିଥିବା ଦେଖିବାକୁ ମିଳିଛି।

Advertisment

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଅଞ୍ଚଳର ଜଣେ ବୃଦ୍ଧ କିଛି ବର୍ଷ ହେଲା ଶ୍ରୀକ୍ଷେତ୍ରରେ ରହୁଥିଲେ। ସେ ରେଣୁକା ଗଳିରେ ରହି ଜୋତା ସିଲାଇ କରୁଥିଲେ। ସେଥିରୁ ଯାହା ରୋଜଗାର କରୁଥିଲେ, ସେଥିରେ ସେ ଚଳି ଯାଉଥିଲେ। ପ୍ରତିଦିନ ସନ୍ଧ୍ୟାରେ ସେ ଭୋକିଲା ପେଟକୁ ଧରି ଧାଇଁ ଯାଉଥିଲେ ବେଳାଭୂମିରେ ଥିବା ‘ପେଟପୂଜା’ ହୋଟେଲ୍‌କୁ। ସେଠାରେ ପେଟେ ଖାଇ ଫେରି ଆସୁଥିଲେ।

ମଙ୍ଗଳବାର ସନ୍ଧ୍ୟା ବେଳେ ହୋଟେଲ ପ୍ରାୟତଃ ଖାଲିଥିଲା। କେହି ଦେଖିବାକୁ ମିଳୁନଥିଲେ। ସେତେବେଳେ ବୃଦ୍ଧ ମଉସା ହୋଟେଲ ଭିତରକୁ ଯାଇଥିଲେ। ଆଉ ହୋଟେଲ ପଡ଼ିଥିବା ଖାଇବା ବେଞ୍ଚରେ ବସି ପଡ଼ିଥିଲେ। ବସିଲା ବେଳେ ସେ ଅସ୍ୱଭାବିକ ପରି ଲାଗୁଥିଲେ। ତାଙ୍କ ମୁଣ୍ଡ ଭାଙ୍ଗି ପଡ଼ୁଥିଲା। ମଝିରେ ମଝିରେ ହାଇ ମଧ୍ୟ ମାରୁଥିଲେ। କିଛି ସମୟ ଧରି ବସିବା ପରେ ହଠାତ୍‌ ବୁଢ଼ା ମଉସା ଖାଇବା ଟେବୁଲ୍‌ ଉପରେ ପଡ଼ିଯାଇଥିଲେ। ତା’ପରେ ବୁଲେଇ ହୋଇ ତଳେ ପଡ଼ିଯାଇଥିଲେ।

Advertisment

ହୋଟେଲ୍‌ କର୍ମଚାରୀମାନେ ସେଠାକୁ ଧାଇଁ ଯାଇଥିଲେ। ମଉସା ମଉସା ଡାକିଥିଲେ। ହଁ, ଛଡ଼ା ସେ ଆଉ କିଛି କହିପାରୁନଥିଲେ। ତାଙ୍କ ମୁହଁରେ ପାଣି ଛିଞ୍ଚିବା ସହିତ ଉଠାଇ ବେଞ୍ଚରେ ବସାଇଥିଲେ। କିନ୍ତୁ ସେ ବସିବା ସ୍ଥିତିରେ ନଥିଲେ। ସେତେବେଳକୁ ତାଙ୍କ ଦେହରୁ ପ୍ରାଣପକ୍ଷୀ ଉଡ଼ି ଯାଇଥିଲା। ବୁଢ଼ା ମଉସାଙ୍କ ମୃତ୍ୟୁର ପୂରା ଚିତ୍ର ହୋଟେଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏ ଘଟଣା ପରେ ସମସ୍ତେ ପଚାରୁଛନ୍ତି, ସତରେ କଣ ଏମିତି ମୃତ୍ୟୁ ହୁଏ?

Puri