Advertisment

ପେଟ୍ରୋଲ ପମ୍ପରେ ସଂଜ୍ଞାହୀନ ହେଲେ ବ୍ୟକ୍ତି, ଡାକ୍ତର କହିଲେ...

ଆଜି ଭୁବନେଶ୍ୱରର ଏକ ପେଟ୍ରୋଲ ପମ୍ପକୁ ଯାଇଥିବା ଜଣେ ବ୍ୟକ୍ତି ହଠାତ୍‌ ତଳେ ପଡ଼ିଗଲେ। ତାଙ୍କୁ ବଞ୍ଚାଇବାକୁ ସେଠାରେ ଉପସ୍ଥିତ ଓଟିଭି ସାମ୍ବାଦିକ ନିରଞ୍ଜନ ରେଡ୍ଡୀଙ୍କ ଶତ ଚେଷ୍ଟା କରାଯିବା ସତ୍ତ୍ୱେ ବ୍ୟକ୍ତିଜଣକ କିନ୍ତୁ ଆଉ ଜୀବନ ଫେରି ପାଇ ନ ଥିଲେ।

unconsious person

unconsious person

Advertisment

ମୃତ୍ୟୁ କାହାକୁ କେତେବେଳେ ଓ କିପରି କୋଳେଇ ନେବ ତାହା ସମସ୍ତଙ୍କୁ ଅଜଣା। ଆଜି ଭୁବନେଶ୍ୱରର ଏକ ପେଟ୍ରୋଲ ପମ୍ପକୁ ଯାଇଥିବା ଜଣେ ବ୍ୟକ୍ତି ହଠାତ୍‌ ତଳେ ପଡ଼ିଗଲେ। ତାଙ୍କୁ ବଞ୍ଚାଇବାକୁ ସେଠାରେ ଉପସ୍ଥିତ ଓଟିଭି ସାମ୍ବାଦିକ ନିରଞ୍ଜନ ରେଡ୍ଡୀଙ୍କ ଶତ ଚେଷ୍ଟା କରାଯିବା ସତ୍ତ୍ୱେ ବ୍ୟକ୍ତିଜଣକ କିନ୍ତୁ ଆଉ ଜୀବନ ଫେରି ପାଇ ନ ଥିଲେ।

Advertisment

ଆଜି ସକାଳେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପରେ ଏପରି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଥିଲା। ବ୍ୟକ୍ତିଜଣକ ସେଠାରେ ପହଞ୍ଚି ନିଜ ବାଇକ୍‌ରେ ପେଟ୍ରୋଲ ପକାଇଲେ । ଟଙ୍କା ଦେଇ ସାରି ବାଇକ ଷ୍ଟାର୍ଟ କରିବା ସମୟରେ ହଠାତ ସେ ତଳେ ପଡିଗଲେ।

ଏହାଦେଖି ସେଠାରେ ଉପସ୍ଥିତ ପେଟ୍ରୋଲ ପମ୍ପ କର୍ମଚାରୀ ତୁରନ୍ତ ତାଙ୍କୁ ଉଠାଇ ଏକ ସ୍ଥାନରେ ବସାଇ ଦେଇଥିଲେ। ତେବେ ସେହି ସମୟରେ ସେଠାରେ ପହଞ୍ଚିଥିବା ଓଟିଭି ସାମ୍ବାଦିକ ନିରଞ୍ଜନ ରେଡ୍ଡୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ନିମନ୍ତେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ।

Advertisment

ସେ ତତ୍‌କ୍ଷଣାତ ସମ୍ପୃକ୍ତ ବ୍ୟକ୍ତିଙ୍କୁ CPR ଚିକିତ୍ସା ଦେଇଥିଲେ। ଜଣଙ୍କର ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଦେଖାଦେଲେ ବା ହୃତସ୍ପନ୍ଦନ ବନ୍ଦ ହେବା ଅବସ୍ଥାରେ ଏଭଳି ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା କରାଯାଇଥାଏ। CPR ଚିକିତ୍ସା ପାଇବା ପରେ ସେହି ବ୍ୟକ୍ତି ଜଣକ ସାମାନ୍ୟ ସୁସ୍ଥ ହୋଇଥିଲେ।

ପରେ ପିସିଆର ଭ୍ୟାନ ଆସି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ପାରି ନାହିଁ। ମାତ୍ର ତାଙ୍କ ଫୋନ୍‌କୁ ଆସିଥିବା କଲ୍‌ ଯୋଗେ ତାଙ୍କ ପରିବାର ନିକଟରେ ଏହି ଦୁଃଖଦ ଖବର ପହଞ୍ଚାଇ ଦିଆଯାଇଛି।

Bhubaneswar Hearth Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe