Advertisment

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଜେଲ୍‌ ଓ ଜରିମାନା

୨୦୨୧ ମସିହା ଡିସେମ୍ୱର ୨୦ ତାରିଖରେ ୧୪ ବର୍ଷୀୟ ନାବାଳିକା ସ୍କୁଲ ଯାଇ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଏନେଇ ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Judgment

Judgment

Advertisment

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ ଓ ଜରିମାନା। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ। ଆଜି ଏପରି ରାୟ ଶୁଣାଇଛନ୍ତି କଟକ ସ୍ଵତନ୍ତ୍ର ପୋକ୍ସୋ ଆଡାହକ କୋର୍ଟ।

Advertisment

୨୦୨୧ ମସିହା ଡିସେମ୍ୱର ୨୦ ତାରିଖରେ ୧୪ ବର୍ଷୀୟ ନାବାଳିକା ସ୍କୁଲ ଯାଇ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଏନେଇ ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରିଥିଲା। ୭ ଦିନ ଭିତରେ ପୁଲିସ୍‌ ଝିଅକୁ ମହାରାଷ୍ଟ୍ରରେ ଠାବ କରିଥିଲା। ଏହି ଅଭିଯୋଗରେ ଗୁଡ୍ଡୁ ନିଶାତକୁ ଗିରଫ କରିଥିଲା ପୁଲିସ୍‌। ଫେସ୍‌ବୁକ୍‌ରେ ପ୍ରେମ କରି ନାବାଳିକାକୁ ଗୁଡ୍ଡୁ ପ୍ରେମରେ ଫସାଇଥିଲା। ପରେ ତାକୁ ସେଠାକୁ ନେଇ ବିରୋଧ ସତ୍ତ୍ୱେ ବାରମ୍ୱାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ୍‌ କରିଦେବାକୁ ଧମକ ଦେଇଥିଲା। 

ନେମାଳ ଥାନା ପୁଲିସ ଅଭିଯୁକ୍ତ ଗୁଡ୍ଡୁକୁ ଗିରଫ କରି ଓଡ଼ିଶା ଆଣିଥିଲା। ପରେ ତାକୁ କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। କଟକ ସ୍ଵତନ୍ତ୍ର ପୋକ୍ସୋ ଆଡାହକ କୋର୍ଟ ମାମଲାକୁ ବିଚାର କରି ୧୮ ଜଣ ସାକ୍ଷୀ ଓ ୩୪ଟି ଡକ୍ୟୁମେଣ୍ଟକୁ ଭିତ୍ତି କରି ଅଭିଯୁକ୍ତ ଗୁଡ୍ଡୁକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି। ଏଥିସହ ପୀଡ଼ିତାକୁ ୪ ଲକ୍ଷ ଟଙ୍କା ଦେବା ପାଇଁ ଡିଷ୍ଟ୍ରିକ୍ ଲିଗାଲ ସେଲ ଅଥରିଟିକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe