Advertisment

ସୁରକ୍ଷା ବଳୟ ଭାଙ୍ଗି ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ବ୍ୟକ୍ତି

ଦଧିନଉତି ଉପରକୁ ଚଢ଼ିଯାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଥିବା କହିଛନ୍ତି ପୁରୀ ଏସ୍‌ପି।

author-image
Jitendra Garnayak
Man

Man

ଶ୍ରୀମନ୍ଦିର ଦଧିନଉତି ଉପରକୁ ଆଜି ରାତିରେ ଚଢ଼ି ଯାଇଥିଲେ ଜଣେ ବ୍ୟକ୍ତି। ସୁରକ୍ଷା ବଳୟ ଭାଙ୍ଗି କିପରି ସେ ଦଧିନଉତି ଉପରକୁ ଚଢ଼ିଗଲେ, ତାହା ଅସ୍ପଷ୍ଟ ରହିଛି। ଚୁନରା ସେବକ ଚଢ଼ୁଥିବା ସିକୁଳି ଦେଇ ସେ ଦଧିନଉତି ଉପରକୁ ଚଢ଼ି ଯାଇଥିଲେ ବୋଲି ଜଣାପଡ଼ିଛି। ବହୁ ଉଦ୍ୟମ କରି ତାଙ୍କୁ ତଳକୁ ଅଣାଯାଇଥିଲା।

Advertisment

ଦଧିନଉତି ଉପରକୁ ଚଢ଼ିଯାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଥିବା କହିଛନ୍ତି ପୁରୀ ଏସ୍‌ପି। ସେ ଜଣେ ବୟସ୍କ ବ୍ୟକ୍ତି। ତାଙ୍କ ଘର ଛତ୍ରପୁରରେ। ସେ ନର୍ଭସ ଅଛନ୍ତି। ଆଉ ଟିକେ ପରେ ତାଙ୍କୁ ପଚରାଉଚରା କରାଯିବ ବୋଲି ଏସ୍‌ପି କହିଛନ୍ତି। 

ଅନ୍ୟପକ୍ଷରେ ଗଣମାଧ୍ୟମରେ ଉକ୍ତ ବ୍ୟକ୍ତି କହିଛନ୍ତି ଯେ ପତିତପାବନ ବାନା ଉଡ଼ିଯାଇଥିବାରୁ ସେ ସେଠାକୁ ଚଢ଼ି ଯାଇଥିଲେ। 

Advertisment

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। 

Puri Temple