Advertisment

ପୁଅ ଜନ୍ମ ଦିନକୁ ଖାସ କରିବାକୁ ପ୍ରୟାସ, ଆୟୋଜନ କଲେ ରକ୍ତଦାନ ଶିବିର

ସବୁ ବାପାମା’ ନିଜ ପିଲାଙ୍କ ଜନ୍ମ ଦିନକୁ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ କିଏ ବଡ଼ ପାର୍ଟିର ଆୟୋଜନ କରିଥାଏ ତ କିଏ ବନ୍ଧୁବାନ୍ଧବଙ୍କୁ ଭୋଜି ଭାତରେ ଆପାୟିତ କରି ଖୁସି ହୋଇଥାଏ।

Blood Camp

Blood Camp

Advertisment

ସବୁ ବାପାମା’ ନିଜ ପିଲାଙ୍କ ଜନ୍ମ ଦିନକୁ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ କିଏ ବଡ଼ ପାର୍ଟିର ଆୟୋଜନ କରିଥାଏ ତ କିଏ ବନ୍ଧୁବାନ୍ଧବଙ୍କୁ ଭୋଜି ଭାତରେ ଆପାୟିତ କରି ଖୁସି ହୋଇଥାଏ। ମାତ୍ର ପୁରୀ ଜିଲ୍ଲା ନିମାପଡାର ଏକ ଦମ୍ପତି ନିଆରା ଭାବେ ନିଜ ପୁଅର ଜନ୍ମ ଦିନ ପାଳନ କରିଛନ୍ତି। ଏକ ରକ୍ତଦାନ ଶିବିର ଆୟୋଜନ କରି ସେମାନେ ନିଜ ପୁଅର ଜନ୍ମ ଦିନ ପାଳିଛନ୍ତି।

Advertisment

ଏପରି ମହତ କାମ କରିଥିବା ଦମ୍ପତି ହେଲେ ନିମାପଡାର ମାଛ ବ୍ୟବସାୟୀ ନୃସିଂହ ବେହେରା ଓ ତାଙ୍କ ପତ୍ନୀ ସସ୍ମିତା ବେହେରା । ସେମାନେ ନିଜ ଏକମାତ୍ର ପୁତ୍ର ଅନିରୁଦ୍ଧର ଷଷ୍ଠ ବାର୍ଷିକ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିବାକୁ ସ୍ଥିର କରିଥିଲେ।

ନିଜ ଖୁସି ପାଇଁ କେକ୍‌ କାଟିବା ପରିବର୍ତ୍ତେ ସେମାନେ ସମାଜ ପାଇଁ କିଛି କରିବାକୁ ସ୍ଥିର କଲେ। ରକ୍ତଦାନ ଭଳି ପୂଣ୍ୟ କାମ କରିବା ନିମନ୍ତେ ସେମାନେ ଭୁବନେଶ୍ୱର ମ୍ୟୁନିସିପାଲଟି ରକ୍ତ ଭଣ୍ଡାର ସହ ଯୋଗାଯୋଗ କଲେ।

Advertisment
Blood Campନୃସିଂହ ରକ୍ତଦାନ କରୁଛନ୍ତି।

ଏହାପରେ ସେମାନେ ନିମାପଡାର ଏକ ଘରୋଇ ମଣ୍ଡପରେ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଉକ୍ତ ଶିବିରରେ ୧୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତର ଆବଶ୍ୟକତା ପୂରଣ ଲକ୍ଷ୍ୟ ସହ ନିଜ ପୁଅର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଏହିଭଳି ଏକ ନିଆରା ପ୍ରୟାସ କରିଥିବା ଏହି ଦମ୍ପତି କହିଛନ୍ତି ।

ଏନେଇ ନୃସିଂହ କହିଛନ୍ତି, ପ୍ରତିବର୍ଷ ପୁଅ ଜନ୍ମ ଦିନରେ ଆମେ ଗରୀବ, ଅନ୍ଧ, ମୁକ, ପାଗଳାଙ୍କୁ ଖାଇବାକୁ ଦେଇଥାଉ। କିନ୍ତୁ କରୋନା ପରେ ରକ୍ତ ଅଭାବରୁ ବହୁ ଲୋକଙ୍କ ମୃତ୍ୟୁ ହେଉଥିବା ଶୁଣିବାକୁ ପାଇଲୁ। ଏହା ମୋତେ ଖୁବ୍‌ ବିଚଳିତ କରିଥିଲା। ତେଣୁ ରକ୍ତ ବିନା ଯେପରି କେହି ନ ମରନ୍ତୁ, ସେଥିନିମନ୍ତେ ଏହି ଶିବିରର ଅୟୋଜନ କରିଛୁ।

ସସ୍ମିତା ବେହେରା କହିଛନ୍ତି, ଆମେ ଅଯଥାରେ ଟଙ୍କା ଖର୍ଚ୍ଚ ନ କରି ସମାଜ ପାଇଁ କିଛି କରିବାକୁ ଚେଷ୍ଠା କରୁଛୁ। ଆମେ ପୁଅ ସମାଜ ପାଇଁ ଉଦାହରଣ ପାଲଟୁ ବୋଲି ଚାହୁଁଛୁ।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe