ଓଡ଼ିଶା ଜୁଡିସିଆଲ ସେବାର ବରିଷ୍ଠ ଅଫିସର ମାନସ ରଞ୍ଜନ ବାରିକଙ୍କୁ ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ବାରିକ ଏବେ ସମ୍ବଲପୁର ଜିଲ୍ଲା ଓ ସେସନ୍ ଜଜ୍ ଭାବେ କାର୍ଯ୍ୟ କରୁଛନ୍ତି । ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
Also Read
ସୂଚନା ଅନୁସାରେ, ଓଡ଼ିଶା ଜୁଡିସିଆଲ ଅଫିସର(ଓଜେଏସ) ଶ୍ରୀ ବାରିକଙ୍କୁ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଆଇନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଏଲଆର ଧନେଶ୍ୱର ମଲ୍ଲିକ ଏବେ ପ୍ରମୁଖ ସଚିବ(ଇନଚାର୍ଜ) ଭାବେ ଗତ କିଛିମାସ ଧରି କାର୍ଯ୍ୟ କରୁଛନ୍ତି । ବରିଷ୍ଠ ଓଜେଏସ୍ ଅଫିସର ଶ୍ରୀ ବାରିକଙ୍କୁ ବିଭାଗର ପ୍ରମୁଖ ସଚିବ ନିଯୁକ୍ତି ମିଳିବା ପରେ ଶ୍ରୀ ମଲ୍ଲିକ ଆଇନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୂର୍ବଭଳି କାର୍ଯ୍ୟ ତୁଲାଇବେ ବୋଲି ଜଣାପଡ଼ିଛି । ଶ୍ରୀ ବାରିକଙ୍କ ସ୍ଥାନରେ ସମ୍ବଲପୁର ଜିଲ୍ଲା ଓ ସେସନ୍ ଜଜ୍ ଭାବେ ଓଜେଏସ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଅବସ୍ଥାପିତ କରାଯାଇଥିବା ସୂଚନା ମିଳିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
Miscellaneous
ଜାନୁଆରୀ ୧୮ରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା
ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
Miscellaneous
ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ଭୁବନେଶ୍ୱରରେ ପଥଉତ୍ସବ ସହ ରାତିରେ ଖୋଲା ରହିବ ମାର୍କେଟ
ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଆୟୋଜନ ହେବ ପ୍ରବାସୀ ଭାରତୀୟ ଦିବସ। ସମାରୋହ ପାଇଁ ଭୁବନେଶ୍ୱର ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି।