Advertisment

ଓଡ଼ିଶା ବନ ବିଭାଗ ଉପରେ ବର୍ଷିଲେ ମାନେକା ଗାନ୍ଧି

ଉତ୍ତର ପ୍ରଦେଶ ନୋଏଡାରେ ଚାଲିଥିବା ଏକ ରେଭ ପାର୍ଟିରେ ସାପ ସହ ବିଷ ଯୋଗାଇବା ଅଭିଯୋଗରେ ଏଲଭିସ୍ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି।

undefined

Maneka Gandhi

Advertisment

ଓଡ଼ିଶା ବନ ବିଭାଗ ଉପରେ ବର୍ଷିଲେ ବିଜେପି ସାଂସଦ ତଥା ପିପୁଲ ଫର୍ ଆନିମଲ୍ ପ୍ରତିଷ୍ଠାତା ମାନେକା ଗାନ୍ଧି। ରେଭ୍‌ ପାର୍ଟିରେ ସାପ ବିଷ ପ୍ରସଙ୍ଗରେ ସେ ଆଜି କହିଛନ୍ତି, ସାରା ଭାରତରେ ଏଭଳି ସାପ ବିଷ କାରବାର ଦେଖିବାକୁ ମିଳୁଛି। ଓଡ଼ିଶାରେ ମଧ୍ୟ ବ୍ୟାପକ ଭାବେ ସାପ ବିଷ କାରବାର ହେଉଛି। ଓଡ଼ିଶାରୁ ସାପ ବିଷ ବାହାରକୁ ଚାଲାଣ ହେଉଥିବାର ସୂଚନା ରହିଛି। ଓଡ଼ିଶା ବନ ବିଭାଗ ପୂରା ଫେଲ୍‌, କିଛି କରୁନି। ନା ହାତୀ ପାଇଁ ନା ସାପ ପାଇଁ, ବନ ବିଭାଗ କିଛି କରୁନି ବୋଲି ସେ ଅଭିଯୋଗ ଆଣିଛନ୍ତି।

Advertisment

ତେବେ ମାନେକାଙ୍କ ଅଭିଯୋଗ ଉପରେ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାରୁ ପ୍ରକାଶ, ଉତ୍ତର ପ୍ରଦେଶ ନୋଏଡାରେ ଚାଲିଥିବା ଏକ ରେଭ ପାର୍ଟିରେ ସାପ ସହ ବିଷ ଯୋଗାଇବା ଅଭିଯୋଗରେ ଏଲଭିସ୍ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶ ନୋଏଡାର ସେକ୍ଟର-୪୯ରେ ଚାଲିଥିବା ଏକ ରେଭ ପାର୍ଟିକୁ ୯ ଟି ସାପ ଯୋଗାଇ ଦିଆଯାଇଥିଲା। ଯେଉଁଥିରେ ୫ଟି ନାଗ ସାପ, ଗୋଟିଏ ଅଜଗର, ଗୋଟିଏ ଦୁଇ ମୁଣ୍ଡିଆ ସାପ ସହ ଅନ୍ୟ ପ୍ରଜାତିର ସାପ ରହିଥିଲା। ଆଉ ଏଥିଲାଗି ଅର୍ଡର ଦେଇଥିଲେ ବିଗ ବସ୍‌ ଓ୍ୱିନର ଏଲଭିସ ଯାଦବ।

ମାନେକା ଗାନ୍ଧୀଙ୍କ ପିପୁଲ ଫର୍‌ ଏନିମଲ ସଂସ୍ଥାର ପ୍ରାଣୀ କଲ୍ୟାଣ ଅଧିକାରୀ ଗୌରଭ ଗୁପ୍ତାଙ୍କ ଏତଲା ପରେ ନୋଏଡା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଏହାପରେ ନୋଏଡା ପୁଲିସ ସେଲିବ୍ରିଟି ଏଲଭିସ ଯାଦବଙ୍କୁ ଆଣି ପଚରା ଉଚରା କରିଥିବା ସୂଚନା ରହଛି। ତେବେ ଏଠି ପ୍ରଶ୍ନ ଉଠୁଛି, ରେଭ ପାର୍ଟିରେ ନିଶା ସହ କିଭଳି ସାପର ବିଷ ମଧ୍ୟ ବ୍ୟବହାର କରାଯାଉଛି।

Advertisment
Bjp Odisha Forest Dept Maneka Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe