Advertisment

ଦାୟିତ୍ୱ ଗ୍ରହଣ କଲେ ମନୋରମା ମହାନ୍ତି

ଶ୍ରୀମତି ମହାନ୍ତି ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପରେ ଭାରତୀୟ ପାଣିପାଗ ବିଜ୍ଞାନରେ ଯୋଗଦେଇଥିଲେ। ଆରବ ସାଗରର ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟ’ର ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଅଦ୍ୟତନ ହୋଇଛି
Manorama Mohanty

Manorama Mohanty

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ମନୋରମା ମହାନ୍ତି। ଏହା ପୂର୍ବରୁ ସେ ଗୁଜରାଟ ଅହମ୍ମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିଲେ।

Advertisment

ଶ୍ରୀମତି ମହାନ୍ତି ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ। ଆରବ ସାଗରର ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟ’ର ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦାୟିତ୍ୱ ନେବା ପରେ ସେ କହିଛନ୍ତି, ଓଡ଼ିଶା ପାଣିପାଗର ଆକଳନ, ବଡ ଚ୍ୟାଲେଞ୍ଜ। ସବୁ ଲୋକଙ୍କ ପାଖରେ ପାଣିପାଗ ସମ୍ପର୍କିତ ସଠିକ ତଥ୍ୟ ପହଂଚାଇବା ଆମର ପ୍ରଥମ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି।

ସେପଟେ ଭୁବନଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡକ୍ଟର ଏଚ୍‌.ଆର୍‌ ବିଶ୍ୱାସଙ୍କୁ କୋଲକାତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି।

Advertisment

ଏହି ଅବସରରେ ଡକ୍ଟର ବିଶ୍ୱାସ କହିଛନ୍ତି, ଓଡ଼ିଶାରେ ସବୁ ଋତରେ ପାଣିପାଗର ପ୍ରଭାବ ଦେଖିବାକୁ ମିଳେ। ବାତ୍ୟାଠାରୁ ଆରମ୍ଭ କରି ମୌସୁମୀ ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥାଏ। ଶୀତ ଋତୁରେ ପ୍ରବଳ ଶୀତ ହୋଇଥାଏ। ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଏଠାରେ ପାଣିପାଗର ବିଶେଷ ଗୁରୁତ୍ୱ ରହିଛି। ଯେଉଁଥିପାଇଁ ଧନ ଜୀବନ ରକ୍ଷା ହୋଇପାରିଛି ବୋଲି ଡକ୍ଟର ବିଶ୍ୱାସ କହିଛନ୍ତି।

Weather Meteorological Centre
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe