Advertisment

ଭୁବନେଶ୍ୱର ପାଣିପାଗ କେନ୍ଦ୍ରକୁ ମିଳିଲା ନୂଆ ନିର୍ଦ୍ଦେଶକ, ପଦ ସମ୍ଭାଳିବେ ମନୋରମା ମହାନ୍ତି

ଗୁଜରାଟ ଅହମ୍ମଦାବାଦସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି ମନୋରମା ।

author-image
Niharika Rout
ଅଦ୍ୟତନ ହୋଇଛି
MANORAMA_MOHANTY

MANORAMA_MOHANTY

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ହେବେ ମନୋରମା ମହାନ୍ତି । ଗୁଜରାଟ ଅହମ୍ମଦାବାଦସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି ମନୋରମା ।

Advertisment

 ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପରେ ଭାରତୀୟ ପାଣିପାଗ ବିଜ୍ଞାନରେ ଯୋଗ ଦେଇଥିଲେ । ଆରବ ସାଗରର ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟ’ର ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ମନୋରମା ମହାନ୍ତିଙ୍କ ଘର ଓଡ଼ିଶାରେ ହୋଇଥିବା ବେଳେ ସେ ଅହମ୍ମଦାବାଦସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ .ଆର ବିଶ୍ୱାସଙ୍କୁ କୋଲକତା ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି।

Advertisment
Bhubaneswar