Advertisment

ଆଖି ବୁଜିଲେ ସହିଦ ସୁଶାନ୍ତଙ୍କ ମାଆ

ନକ୍ସଲ ହମଲାରେ ସହିଦ ସୁଶାନ୍ତଙ୍କ ପରିବାରର କଥା କହିଲେ ଯେ କେହି ଭାଙ୍ଗି ପଡ଼ିବ। ସାଢ଼େ ୩ ବର୍ଷ ମଧ୍ୟରେ ବାପପୁଅ ୪ ଜଣ ଆଗପଛ ହୋଇ ଚାଲି ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Anandapur

Anandapur

ଝାଡଖଣ୍ଡରେ ସହିଦ ହୋଇଥିବା ଆନନ୍ଦପୁର ମାଟିର ପୁଅ ଶୁଶାନ୍ତ ଖୁଣ୍ଟିଆଙ୍କ ମାଆ ଆଖି ବୁଜିଛନ୍ତି। ୮ ଦିନ ତଳେ ଶୁଶାନ୍ତ ସହିଦ ହୋଇଥିଲେ। ସେହି ଦିନଠାରୁ ତାଙ୍କ ମାଆ ଅସୁସ୍ଥ ହୋଇ ପଡ଼ିଥିଲେ। ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ନକ୍ସଲ ହମଲାରେ ସହିଦ ସୁଶାନ୍ତଙ୍କ ପରିବାରର କଥା କହିଲେ ଯେ କେହି ଭାଙ୍ଗି ପଡ଼ିବ। ସାଢ଼େ ୩ ବର୍ଷ ମଧ୍ୟରେ ବାପପୁଅ ୪ ଜଣ ଆଗପଛ ହୋଇ ଚାଲି ଯାଇଥିଲେ। ସୁଶାନ୍ତଙ୍କ ଆନନ୍ଦପୁର ଘରେ ଏବେ କେହି ନାହାନ୍ତି। ଘରେ ପଡ଼ିଛି ତାଲା। ୨୦୨୦ ଫେବୃୟାରୀ ୭ ତାରିଖରେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା। ୨୦୨୨ ମସିହାରେ କ୍ୟାନସରରେ ପ୍ରାଣ ହରାଇଥିଲେ ସୁଶାନ୍ତଙ୍କ ମଝିଆଁ ଭାଇ। ଚଳିତବର୍ଷ ଜାନୁଆରୀ ମାସରେ ପ୍ରାଣ ହରାଇଥିଲେ ତାଙ୍କ ବଡ଼ଭାଇ। ଏବେ ସୁଶାନ୍ତଙ୍କ ମାଆ ଆଖି ବୁଜିଲେ।

ଗତ ଜୁନ୍ ୨ ତାରିଖରେ ବିବାହ କରିଥିଲେ ସହିଦ ସୁଶାନ୍ତ। ଏଏନ୍‌ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରୁହନ୍ତି।

Advertisment

ରିପୋର୍ଟ-ଆନନ୍ଦପୁରରୁ ମୁନ୍ନା ସିଂ

Kendujhar