Advertisment

ଶିକାରୀ ସହ ଲଢ଼ି ଜୀବନ ଯାଇଥିଲା, ମିଳିବ ମରଣୋତ୍ତର ସମ୍ମାନ

ଆସନ୍ତା ୨୯ ତାରିଖରେ ଉତ୍ତରାଖଣ୍ଡର କର୍ବେଟ ଟାଇଗର ରିଜର୍ଭରେ ‘ବିଶ୍ୱ ବ୍ୟାଘ୍ର ଦିବସ’ ପାଳନ ଅବସରରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ପୁରସ୍କାର ପ୍ରଦାନ କରିବ।

Baripada

Baripada

Advertisment

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ସମୟରେ ସ୍ୱର୍ଗତ ମାଥି ହାଁସଦା ଓ ସ୍ୱର୍ଗତ ବିମଳ କୁମାର ଜେନାଙ୍କୁ ସେମାନଙ୍କର ଉତ୍ସର୍ଗିକୃତ ସେବା, ତ୍ୟାଗ ଓ ବଳିଦାନ ପାଇଁ ମରଣୋତ୍ତର ସମ୍ମାନ ସମ୍ମାନିତ କରାଯିବ। ଏଥିସହ ହିମାଂଶୁ ଶେଖର ସେଠୀଙ୍କୁ ତାଙ୍କର ଅସାଧାରଣ ସାହସିକତା ଓ ବୀରତ୍ୱ ପାଇଁ ସାହସିକ ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ୨୯ ତାରିଖରେ ଉତ୍ତରାଖଣ୍ଡର କର୍ବେଟ ଟାଇଗର ରିଜର୍ଭରେ ‘ବିଶ୍ୱ ବ୍ୟାଘ୍ର ଦିବସ’ ପାଳନ ଅବସରରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ପୁରସ୍କାର ପ୍ରଦାନ କରିବ।

Advertisment

ସ୍ୱର୍ଗତ ହାଂସଦା ଜଣେ ଅତି ଉତ୍ସର୍ଗୀକୃତ ଅଧିକାରୀ ଥିଲେ। ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଦମନରେ ସେ ପ୍ରମୁଖ ଭୂମିକା ନେଇଥିଲେ। ଯେଉଁଥିପାଇଁ ଶିମିଳିପାଳ ଟାଇଗର ରିଜର୍ଭର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିଲା। ତେବେ ୨୦୨୩ ମସିହା ଜୁନ ୧୬ ତାରିଖ ରାତିରେ ଶ୍ରୀ ହାଂସଦା ଓ ହିମାଂଶୁ ଶେଖର ସେଠୀ ଅନ୍ୟ ବନ କର୍ମଚାରୀଙ୍କ ସହ ପାଟ୍ରୋଲିଂରେ ଯାଇଥିବା ବେଳେ ଗୁଳି ଶଦ୍ଦ ଶୁଣି ଥିଲେ। ପରେ ୬ ଜଣ ଶିକାରୀଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ତେବେ ହିମାଂଶୁ ଶେଖର ସେଠୀ ଶିକାରୀଙ୍କଠାରୁ ବନ୍ଧୁକ ଛଡାଇ ଆଣୁଥିଲେ। ଠିକ୍‌ ସେହି ସମୟରେ ଜଣେ ଶିକାରୀ, ଶ୍ରୀ ହାଂସଦାଙ୍କୁ ଗୁଳି କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ ଶ୍ରୀ ହାଂସଦା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କରଞ୍ଜିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଶ୍ରୀ ସେଠୀ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ସ୍ୱର୍ଗତ ବିମଲ କୁମାର ଜେନା ନିଜର ସହକର୍ମୀଙ୍କ ସହ ୨୦୨୩ ମସିହା ମେ’ ୨୨ ତାରିଖ ସନ୍ଧ୍ୟାରେ କଳସିଡୁବା ଅଞ୍ଚଳକୁ ପାଟ୍ରୋଲିଂରେ ଯାଇଥିଲେ। ସେତେବେଳେ ୮ରୁ ୧୦ ଜଣ ଶିକାରୀ ଗୋଟିଏ ହରିଣ ମାରି କାନ୍ଧରେ ବୋହି ନେଉଥିଲେ। ଏହା ଦେଖି ଶ୍ରୀ ଜେନା ସେମାନଙ୍କୁ ଅଟକାଇ ଥିଲେ। କିନ୍ତୁ ଶିକାରୀମାନେ ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଦେଖି ଶ୍ରୀ ଜେନା ଅଧିକ ଫୋର୍ସ ମଗାଇବା ବାର୍ତ୍ତା ପଠାଇଥିଲେ। ବନ କର୍ମଚାରୀମାନେ ପହଞ୍ଚିବା ପୂର୍ବରୁ ଶିକାରୀମାନେ ଶ୍ରୀ ଜେନାଙ୍କୁ ଗୁଳି କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ରିପୋର୍ଟ-ବାରିପଦାରୁ ମାଣିକ ଲାଲ୍‌ ପାଣି

Similipal National Park Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe