ଗୋରଖପୁର-ହାତିଆ ମୌର୍ଯ୍ୟ ଏକ୍ସପ୍ରେସ୍ ଟ୍ରେନ ସମ୍ବଲପୁର ପର୍ଯ୍ୟନ୍ତ ଗଡ଼ିବ

ପଶ୍ଚିମଓଡ଼ିଶା ଲୋକଙ୍କ ସୁବିଧା ନିମନ୍ତେ ଗୋରଖପୁର-ହାତିଆ ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳବାଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନ

  • Published: Tuesday, 30 January 2024
  • , Updated: 30 January 2024, 08:36 PM IST

ପଶ୍ଚିମଓଡ଼ିଶା ଲୋକଙ୍କ ସୁବିଧା ନିମନ୍ତେ ଗୋରଖପୁର-ହାତିଆ ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳବାଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହି ଟ୍ରେନ ଏଣିକି ରାଉରକେଲା, ଝାରସୁଗୁଡ଼ା ଓ ସମ୍ବଲପୁର ଷ୍ଟେସନରେ ରହଣୀ କରିବ।

ରେଳବାଇ ବିଭାଗର ସୂଚନା ଅନୁସାରେ, ୧୫୦୨୮ ଗୋରଖପୁର-ହାତିଆ ମୌର୍ଯ୍ୟ ଏକ୍ସପ୍ରେସ ଦିନ ୧.୫୦ମିନିଟରେ ସମ୍ବଲପୁର ରେଳ ଷ୍ଟେସନରେ ପହଂଚିବ । ସେହିପରି ୧୫୦୨୭ ହାତିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ୍ ସମ୍ବଲପୁର ଷ୍ଟେସନରୁ ସକାଳ ୯ଟା ୩୫ମିନିଟରେ ଛାଡ଼ିବ । ଏହି ଟ୍ରେନ ସମ୍ପ୍ରସାରଣ ଦ୍ୱାରା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଯାତ୍ରୀମାନେ ଅଧିକ ଭାବେ ଉପକୃତ ହେବେ ।

ଏହି ଟ୍ରେନକୁ ସମ୍ପ୍ରସାରଣ କରିବା ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୨୦୨୨ ଡିସେମ୍ବର ୯ ଓ ୨୦୨୪ ଜାନୁୟାରୀ ୩ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏହି ଚଳପ୍ରଚଳ ଦ୍ୱାରା ପଶ୍ଚିମଓଡ଼ିଶାରେ ରହୁଥିବା ପୂର୍ବ ଉତ୍ତରପ୍ରଦେଶ ଓ ବିହାରର ପ୍ରାୟ ୪ଲକ୍ଷ ଲୋକ ବିଶେଷ ଉପକୃତ ହେବେ । ବିଶେଷକରି ଏହି ଦୁଇ ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଲୋକ କେବଳ ସମ୍ବଲପୁରରେ ରହୁଥିବା ଜଣାପଡ଼ିଛି।

Related story