Advertisment

‘ଓଡ଼ିଶାର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଦିଆଗଲା’

ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶାର ସାମଗ୍ରୀକ ବିକାଶ, ସ୍ଥିତି ଓ ଆହ୍ୱାନ ଗୁଡ଼ିକ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା।

author-image
Manoranjan Sial
CS

CS

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯୋଗଦେଇଥିଲେ। ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶାର ସାମଗ୍ରୀକ ବିକାଶ, ସ୍ଥିତି ଓ ଆହ୍ୱାନ ଗୁଡ଼ିକ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା। ଏଥିରେ ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ସଚିବ ବିଶାଳ ଦେବ, କୃଷୀ ସଚିବ ଅରବନ୍ଦି ପାଢ଼ୀ, ମତ୍ସ୍ୟ ଓ ପଶୁପାଳ ବିଭାଗ ସଚିବ ସୁରେଶ କୁମାର ବଶିଷ୍ଟ ପ୍ରମୁଖ ଯୋଗଦେଇଥିଲେ।

Advertisment

ବୈଠକ ପରେ ଶ୍ରୀ ଜେନା କହିଛନ୍ତି, ଆଜି ପ୍ରଥମ ଫର୍ମାଲ ବୈଠକ ବସିଥିଲା। ଓଡ଼ିଶାର ସାମଗ୍ରୀକ ସ୍ଥିତି ଉପରେ ଗୋଟିଏ ପ୍ରେଜେନ୍‌ଣ୍ଟେସନ୍‌ ଉପସ୍ଥାପନ କରିଥିଲୁ। ଯେଉଁଥିରେ ଓଡ଼ିଶାର ଜନସଂଖ୍ୟାଠାରୁ ଆରମ୍ଭ କରି ଭୌଗୋଳିକ ସ୍ଥିତି, ଓଡ଼ିଶାର ଅର୍ଥନୀତି, ଅନ୍ୟାନ୍ୟ କ୍ଷେତ୍ରରେ କ’ଣ ସବୁ ବଡ଼ ବିକାଶ ହେବାକୁ ଅଛି, ଆଉ କେଉଁ କେଉଁ ପ୍ରକାର ଆହ୍ୱାନ ରହିଛି। ତାହା ଉପରେ ବିସ୍ତୃତ ଆଲୋଚନା କରିଛୁ। ଆଗାମୀ ୩ରୁ ୪ ଦିନ ଭିତରେ ଆହୁରି ୨ରୁ ୩ଟି ବୈଠକ ହେବ ବୋଲି ଶ୍ରୀ ଜେନା କହିଛନ୍ତି।

Bjp Bhubaneswar Cmo Of Odisha