Advertisment

ଦୁଇ ଛୁଆଙ୍କୁ ଧରି ଘଞ୍ଚ ଜଙ୍ଗଲରେ ବୁଲୁଛି ମହାବଳ

ପିସିସିଏଫ୍‌ ପୋଷ୍ଟ କରିଥିବା ୩ଟି ଫଟୋରେ ଦେଖିବାକୁ ମିଳିଛି ଶିମିଳିପାଳ କଳା ମହାବଳ ବାଘଟି ନିର୍ଭରରେ ଘୂରି ବୁଲୁଛନ୍ତି। ଯାହାର ନାଁ ଦିଆଯାଇଛି T24।

author-image
Manoranjan Sial
Similipal

Similipal

ଦୁଇ ଛୁଆଙ୍କୁ ଧରି ଘଞ୍ଚ ଜଙ୍ଗଲରେ ବୁଲୁଛି କଳା ମହାବଳ। ସମସ୍ତେ ନିର୍ଭୟରେ ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଫଟୋ ସୋଶାଲ ମିଡିଆ ଏକ୍ସରେ ଜାରି କରିଛି ବନ ବିଭାଗ। ଶିମିଳିପାଳ ଅଭୟାରଣ୍ୟରୁ ଆସିଛି ଏପରି ଚିତ୍ର।

Advertisment

ପିସିସିଏଫ୍‌ ପୋଷ୍ଟ କରିଥିବା ୩ଟି ଫଟୋରେ ଦେଖିବାକୁ ମିଳିଛି ଶିମିଳିପାଳ କଳା ମହାବଳ ବାଘଟି ନିର୍ଭରରେ ଘୂରି ବୁଲୁଛନ୍ତି। ଯାହାର ନାଁ ଦିଆଯାଇଛି T24। ଶିମିଳିପାଳର କୋର ଅଞ୍ଚଳରେ ଏହି T24 ବାଘଟି ତା'ର ଦୁଇ ଛୁଆଙ୍କୁ ସାଙ୍ଗରେ ଧରି ବୁଲୁଛି। ବାଘ ପଛେ ପଛେ ଛୁଆମାନେ ବୁଲୁଥିବା ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଛି। ପିସିସିଏଫ୍‌ଙ୍କ ଏହି ପୋଷ୍ଟରେ ଶିମିଳିପାଳ ଅଭୟାରଣ୍ୟରେ ନିର୍ଭୟରେ ବାଘ ବୁଲୁଥିବା ଦର୍ଶାଇଛନ୍ତି। ହେଲେ ଏହି ଶାବକମାନଙ୍କ ବୟସ, ଲିଙ୍ଗ ଓ ସ୍ଥାନ ବିଷୟରେ ଉଲ୍ଲେଖ କରାଯାଇ ନାହିଁ।

ଦିନକୁ ଦିନ ଶିମିଳିପାଳରେ କଳା ମହାବଳ ବାଘଙ୍କ ସଂଖ୍ୟା ପାଉଛି। ତେଣୁ ଏଥିରେ ବ୍ରେକ୍‌ ଲଗାଇବା ପାଇଁ ବନ ବିଭାଗ ମହାରାଷ୍ଟ୍ରରୁ ୨ଟି ବାଘୁଣୀ ଆଣି ଶିମିଳିପାଳରେ ଛଡିଥିଲା। ସେହି ଦୁଇ ବାଘୁଣୀ ଏବେ ଶିମିଳିପାଳ କୋର ଏରିଆରେ ରାଜ କରୁଛନ୍ତି। ମଝିରେ ମଝିରେ ଦୁଇ ବାଘୁଣୀ ଶିମିଳିପାଳ ବାହାରକୁ ଆସୁଥିବା ଚର୍ଚ୍ଚା ହେଉଛି। ତଥାପି ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି।

Advertisment

ରିପୋର୍ଟ- ମାନିକଲାଲ ପାଣି

Similipal National Park Baripada