Advertisment

ରାଜଧାନୀରେ ଗର୍ଜିଲେ ମତ୍ସ୍ୟଜୀବୀ; କହିଲେ- ‘ଡଙ୍ଗା ଚାଲୁନି, ଆମେ ଖାଇବୁ କ’ଣ ବାବୁ’

୬ ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ।

ଅଦ୍ୟତନ ହୋଇଛି
strike

strike

Advertisment

ଦାବି ପୂରଣ ନେଇ ରାଜଧାନୀରେ ଗର୍ଜିଲେ ମତ୍ସ୍ୟଜୀବୀ। ୬ ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ। ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ପାରାଦୀପ, ଧାମରା, ବାହାବଳପୁର ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ମତ୍ସ୍ୟଜୀବୀ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Advertisment

ଡିଜେଲରେ ରିହାତି, ମୁହାଣଗୁଡ଼ିକରେ ନିୟମିତ ଡ୍ରେଜିଂ, ଶିଳ୍ପର ବିଷାକ୍ତ ଜଳ ସମୁଦ୍ରକୁ ନିଷ୍କାସନ ବନ୍ଦ କରିବା, ମତ୍ସ୍ୟଜୀବୀଙ୍କୁ ଜଙ୍ଗଲ ବିଭାଗ ଓ ତଟରକ୍ଷୀ ବାହିନୀର ଦୁର୍ବ୍ୟବହାର ବନ୍ଦ କରିବା,ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ଗଠନ ଭଳି ୬ ଦାଫା ଦାବି ନେଇ ରାଜଧାନୀରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ଆନ୍ଦୋଳନ କରିଛନ୍ତି ମତ୍ସ୍ୟଜୀବୀ।

ଜଣେ ମତ୍ସ୍ୟଜୀବୀ କହିଛନ୍ତି, ଆମେ ସମୁଦ୍ର ଓ ନଈ ନାଳରେ ମାଛ ମାରିବା ଲୋକ। ହେଲେ ସରକାର ଆମ ଦୁଃଖ ଶୁଣିଲେ ନାହିଁ। ଆମ ଦାବି ପୂରଣ ନ ହେବାରୁ ଆମେ ଏଠାକୁ ଆସି ଆନ୍ଦୋଳନ କରୁଛୁ। ମତ୍ସ୍ୟଜୀବୀଙ୍କ ପରିବାର ବହୁ ଦୁଃଖରେ ଅଛନ୍ତି। ସରକାର ଆମ ଦାବି ନ ଶୁଣିଲେ ଆମ ପରିବାର ସହ ଆସି ଆନ୍ଦୋଳନ କରିବୁ। ଆନ୍ଦୋଳନ କ’ଣ ଜାଣି ନଥିଲୁ, ଏବେ ଆସି ଆନ୍ଦୋଳନ କରୁଛୁ । ସରକାର ଆମ ଦାବି ପୂରଣ କରନ୍ତୁ। 

Advertisment

ଅନ୍ୟ ଜଣେ ମତ୍ସ୍ୟଜୀବୀ କହିଛନ୍ତି, ଡିଜେଲ ରେଟ୍ ବଢ଼ିଗଲା। ସମୁଦ୍ରରୁ ମାଛ ମାରି ବଜାରରେ ବିକ୍ରି କରି ଯେତିକି ଟଙ୍କା ଆମେ ପାଉନାହୁଁ,  ତା’ଠୁ ତେଲ ଅଧିକ ଖର୍ଚ୍ଚ ହେଉଛି। ଡିଜେଲ ଦର ଅଧିକ ଯୋଗୁ  ଟ୍ରଲର ଓ ଡଙ୍ଗା ଚାଲୁନି, ଆମେ ଖାଇବୁ କ’ଣ, ବଞ୍ଚିବୁ କେମିତି ବାବୁ? ଆମେ ଗରିବ ଲୋକ, ସରକାର ଆମ ଦାବି ପୂରଣ କରନ୍ତୁ। 

Fishermen Strike Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe